ସିଙ୍ଗଡ଼ାରେ ଷ୍ଟଫ୍ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍ ଏବଂ ବିକି ଶେଖ୍ ଘଟାଇଛନ୍ତି ଏହି କାଣ୍ତ।
ପୋଲିସ କହିବାନୁଯାୟୀ କାଟାଲିଷ୍ଟ ସର୍ଭିସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଏକ ଅଟୋମାବାଇଲ୍ କମ୍ପାନୀର କ୍ୟାଣ୍ଟିନ୍କୁ ଖାଦ୍ୟ ଡେଲିଭରି କରୁଥିଲେ। ଦିନେ ଅର୍ଡର ହୋଇଥିବା ସିଙ୍ଗଡ଼ାରେ କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ ଦେଖିବାକୁ ମିଳିଥିଲା। ଏହାପରେ କମ୍ପାନୀର କର୍ମଚାରୀ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ମନୋହର ଏଣ୍ଟରପ୍ରାଇଜର୍ସର ଦୁଇ କର୍ମଚାରୀ ଫିରୋଜ୍ ଶେଖ୍ ଓ ବିକି ଶେଖ୍ ଏଭଳି ଘଟଣା ଘଟାଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର