ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଡିପ୍ ଫେକ୍ ଭିଡିଓକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚରମ ସୀମାରେ ପହଞ୍ଚିଛି କଂଗ୍ରେସର ହତାଶା । ଏଥିପାଇଁ ସେମାନେ ଫେକ୍ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଛାଡୁଛନ୍ତି । ଏନେଇ କଂଗ୍ରେସର ଜଣେ ପ୍ରମୁଖ କଂଗ୍ରେସ ନେତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଏଥିସହ ବିଜେପି ସବୁବେଳେ ସଂରକ୍ଷଣ ସପକ୍ଷରେ ରହିଛି । ଏସସି, ଏସଟି ଓ ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯିବା ଦରକାର । କିନ୍ତୁ ଧର୍ମ ଆଧାରରେ ସଂରକ୍ଷଣ ସମ୍ବିଧାନ ବିରୋଧୀ । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଅତ୍ୟନ୍ତ ତରବରିଆ ଭାବେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏଥିସହ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ବିଜେପିକୁ ୧୦୦ରୁ ଅଧିକ ସିଟ୍ ମିଳିଥିବା ଦୃଢୋକ୍ତି କରିଛନ୍ତି ଅମିତ ଶାହ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ପୂଜା କରାଯାଏ । ଏହା ସହ ପ୍ରତି ବର୍ଷ ହନୁମାନ ଜୟନ୍ତୀ ମଧ୍ୟ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ତେବେ ପ୍ରତିବର୍ଷ ଚନ୍ଦ୍ର ମାସର ପୂର୍ଣ୍ଣିମା ଦିନ ହନୁମାନଙ୍କର ଜନ୍ମ ବାର୍ଷିକୀ ପାଳନ କରାଯାଏ । ପୂର୍ଣ୍ଣିମା ଦିନ ମାତା ଅଞ୍ଜନା ଏବଂ ବାନରରାଜା କେସରୀଙ୍କ ଘରେ ବଜରଙ୍ଗବାଲି ଜନ୍ମ ହୋଇଥିଲେ । ଏହି ଶୁଭ ଦିନରେ ଅଞ୍ଜାନିସୁତଙ୍କ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ତେବେ ହନୁମାନଙ୍କୁ ନେଇ ଏପରି ଅନେକ କାହାଣୀ ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ ।
କିମ୍ବଦନ୍ତୀ ଅନୁଯାୟୀ, ଥରେ ମାତା ସୀତା ତାଙ୍କ କପାଳରେ ସିନ୍ଦୁର ଲଗାଉଥିଲେ । ସେହି ସମୟରେ ହନୁମାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ମାତା ସୀତାଙ୍କୁ ସିନ୍ଦୁର ଲଗାଇଥିବାର ଦେଖି ବଜରଙ୍ଗବାଲି ବହୁତ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ସେ କାହିଁକି ତାଙ୍କ କପାଳରେ ସିନ୍ଦୁର ଲଗାଉଛନ୍ତି । ତାପରେ ମାତା ସୀତା ହସିଲେ ଏବଂ କହିଥିଲେ ଯେ ମୁଁ କୌଶଲ୍ୟା ନନ୍ଦନଙ୍କ ଦୀର୍ଘ ଆୟୁଷ ଏବଂ ସମୃଦ୍ଧ ଜୀବନ ପାଇଁ ଏହାକୁ ଲଗାଉଛି । ତେବେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘ ଆୟୁଷ ପାଆନ୍ତି । ଏହି କାରଣରୁ ମୁଁ ପ୍ରଭୁ ରାମଙ୍କ ଦୀର୍ଘ ଆୟୁଷ ଏବଂ ତାଙ୍କର ସମୃଦ୍ଧି ପାଇଁ ସିନ୍ଦୁର ଲଗାଉଛି ।
ଯେତେବେଳେ ହନୁମାନ ଏହି କଥା ଜାଣିଲେ ଯେ ସିନ୍ଦୁର ଲଗାଇବା ଦ୍ୱାରା ଭଗବାନ ଶ୍ରୀ ରାମଙ୍କ ଆୟୁଷ ବଢିବ, ସେତେବେଳେ ସେ ତାଙ୍କ ପୂରା ଶରୀରରେ ସିନ୍ଦୁର ଲଗାଇବା ଆରମ୍ଭ କରିଲେ । ଏହା ପରେ ଯେତେବେଳେ ଭଗବାନ ଶ୍ରୀ ରାମ ହନୁମାନଙ୍କୁ ସିନ୍ଦୁରରେ ସମ୍ପୂର୍ଣ୍ଣ ରୂପେ ଚିତ୍ରିତ ହୋଇଥିବାର ଦେଖିଲେ, ସେ ହନୁମାନଙ୍କୁ ପଚାରିଲେ, ତୁମେ କାହିଁକି ଏହି ସିନ୍ଦୁରକୁ ନିଜ ଶରୀରରେ ଲଗାଇଛ ? ଏହାପରେ ବଜରଙ୍ଗବାଲି କହିଲେ, ପ୍ରଭୁ, ମାତା ସୀତା ଆପଣଙ୍କ ଦୀର୍ଘ ଆୟୁଷ ପାଇଁ କପାଳରେ ସିନ୍ଦୁର ଲଗାଇଛନ୍ତି । ମୁଁ ମଧ୍ୟ ଚାହେଁ ଆପଣ ଦୀର୍ଘ ଆୟୁଷ ହୁଅନ୍ତୁ । ତେଣୁ ମୁଁ ମୋର ସମଗ୍ର ଶରୀରରେ ସିନ୍ଦୁର ଲଗାଇଛି ।
ତାପରେ ହନୁମାନଙ୍କର ଭକ୍ତି ଓ ସମର୍ପଣ ଦେଖି ଭଗବାନ ଶ୍ରୀ ରାମ ତାଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ । ଏହା ପରେ ପ୍ରଭୁ ରାମ କହିଲେ ଯେ ଯେକୌଣସି ଭକ୍ତ ତୁମକୁ ସିନ୍ଦୁର ପ୍ରଦାନ କରିବେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହେବ ଏବଂ ମୋର ଆଶୀର୍ବାଦ ମଧ୍ୟ ମିଳିବ । କୁହାଯାଏ ଯେ ସେବେଠାରୁ ହନୁମାନଙ୍କ ପୂରା ଶରୀରରେ ସିନ୍ଦୁର ଲଗାଜିବା ଆରମ୍ଭ ହୋଇଥିଲା । ଏହା ପରେ ଯେଉଁ ଭକ୍ତମାନେ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତି, ସେମାନଙ୍କୁ ଭଗବାନ ରାମ ଓ ହନୁମାନଙ୍କର ଆଶୀର୍ବାଦ ମିଳିଥାଏ । ଏପରି ଭାବେ ସେହି ଲୋକ ଜୀବନରେ ସୁଖଶନ୍ତି ଭରି ରହିଥାଏ ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମି ଭୂୟାଁ ବିଭିନ୍ନ ପ୍ରଲୋଭନ ଦେଖାଇ ସମୁଦାୟ ୧୦୦ ଜଣଙ୍କ ଠାରୁ ମୋଟ ୨ କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ ।
ଶ୍ୟାମନଗର, ରାୟପୁର, ଛତିଶଗଡ଼ ରେ ହେଡ ଅଫିସ ଥିବା ବେଳେ ଜଗଦଲପୁର ଓ ଭୁବନେଶ୍ୱର ର ଜୟଦେବ ବିହାରରେ ବ୍ରାଞ୍ଚ ଅଫିସ କରିଥିଲେ । ଖୋର୍ଦ୍ଧା,କୋରାପୁଟ, ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ଵର , ରାଉରକେଲା, ସମ୍ବଲପୁର ଓ ଗଞ୍ଜାମର ଲୋକମାନେ ମୂଖ୍ୟତଃ ଠକେଇର ଶିକାର ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଠକେଇ ଅଭିଯୋଗରେ ସମ୍ବଲପୁରର ବିକାଶ ପୋଦାର ନାମକ ଯୁବକ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ଠକେଇ ଟଙ୍କାରେ ଦୁବାଇରେ ମଉଜ କରୁଥିବା ଜାଣିବାକୁ ପାଇଛି EOW । ଆବଶ୍ୟକ ସ୍ଥଳେ ଦୁବାଇ ଲିଙ୍କ ନେଇ ଅଧିକ ଖୋଳତାଡ଼ ହେବ ।
ଅର୍ଗସ ବ୍ୟୁରୋ : ବଡ଼ ଯୋଜନା ହେଲା ବିଫଳ । ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କୀ । ସେମାନଙ୍କୁ ଗିରଫ କରି ପଚାରାଉଚରା କରୁଛି ଗୁଜିରାଟ୍ ‘ଏଟିଏସ୍’ । ଏହି ୪ଜଣ ଆତଙ୍କବାଦୀ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ପାଇଁ ରଚୁଥିଲେ ପ୍ଲାନ୍ । ଗିରଫ ହୋଇଥିବା ୪ଜଣ ଆତଙ୍କବାଦୀ ଶ୍ରୀଲଙ୍କାରୁ ଭାରତକୁ ପ୍ରବେଶ କରିଥିଲେ । ଆଉ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ ।
ତେବେ ଗୁଜୁରାଟ୍ ପୋଲିସଠୁ ମିଳିଥିବା ସୂଚନା ଆଧାରରେ, ଗିରଫ ହୋଇଥିବା ୪ଆତଙ୍କୀ ଶ୍ରୀଲଙ୍କାର ବାସିନ୍ଦା । ପାକିସ୍ତାନରେ ବସିଥିବା ଆଇଏସଆଇଏସ୍ ହ୍ୟାଣ୍ଡଲର୍ ସେମାନଙ୍କୁ ଭାରତ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏହି ୪ଜଣ ବିମାନ ଯୋଗେ କଲମ୍ବୋରୁ ଅହମ୍ମଦାବାଦ ଆସି ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁ ଏଠାରେ ଗିରଫ କରାଯାଇଥିଲା । ପଚରାଉଚରାବେଳେ ଜଣାପଡିଥିଲା ଯେ ଆବୁ ନାମକ ଜଣେ ଆତଙ୍କବାଦୀ ସେମାନଙ୍କୁ ନିର୍ଦ୍ଦେଶ ଦେଉଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ତେବେ ଏହି ୪ଜଣ ପ୍ରଥମେ ଫେବୃଆରୀରେ ଆବୁଙ୍କ ସହ ଯୋଗାଯୋଗରେ ଆସିଥିଲେ । ଏହି ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଭାରତରେ କରାଯାଇଥିଲା । ଆବୁ ଏମାନଙ୍କୁ ସେହି ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା, ଯେଉଁଠାରୁ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ମିଳିପାରିବ । ତେବେ ପୋଲିସ ଏହି ୪ଜଣଙ୍କ ପାଖରୁ ୩ଟି ପିସ୍ତଲ, ୩ଟି କାର୍ଟ୍ରିଜ ଏବଂ ଆଇଏସଆଇଏସ୍ ପତାକା ଜବତ କରିଛି ।