ଭାରତର ସମ୍ବିଧାନ ସବୁଠୁ ଉପରେ ବୋଲି କହିଛନ୍ତି କୋର୍ଟ । ଭାରତରେ ମିଶ୍ରଣ ପରେ ଆଉ ଏହି ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିପାରିବ ନାହିଁ । କାରଣ ଭାରତରେ ମିଶ୍ରଣ ହେବା ସହ ଜମ୍ମୁ-କାଶ୍ମରର ସାର୍ବଭୌମତ୍ୱ ଶେଷ ହୋଇଥିଲା । ଯେହେତୁ ଜମ୍ମୁ- କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ତେଣୁ ଏହାର ନିଜସ୍ୱ ପ୍ରଭୁତ୍ୱ ନାହିଁ ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ । ସୁପ୍ରିମକୋର୍ଟରେ 370 ଉଚ୍ଛେଦ ମାମଲାର ଶୁଣାଣି ଜାରି ରହିଛି । ରାୟ ଶୁଣାଉଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । କେନ୍ଦ୍ରର ସମସ୍ତ ନିଷ୍ପତ୍ତି ଉପରେ ଆଙ୍ଗୁଳି ନିର୍ଦ୍ଦେଶ ଠିକ ନୁହେଁ ବୋଲି କହିଛନ୍ତି CJI । ରାୟ ନେଇ ପ୍ରଥମେ ସୂଚନା ଦେଲେ ପ୍ରଧାନ ବିଚାରପତି । 370 ଉଚ୍ଛେଦକୁ ବୈଧ କହିଛନ୍ତି ସୁପ୍ରିମ କୋର୍ଟ । ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠରେ ସହମତି ମିଳିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: