ଖବର ଅନୁଯାୟୀ, ଚେନ୍ନାଇ ଟିମ୍ ନିଜର ରିଟେନ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଏହାଭିତରେ ଧୋନି, ଜାଡେଜାଙ୍କ ବ୍ୟତୀତ ଅନ୍ୟ ଖେଳାଳି ସାମିଲ ଅଛନ୍ତି । ତେବେ ଚେନ୍ନାଇ ଟିମ୍ର ରିଟେନ୍ ତାଲିକା ପ୍ରକାଶ ପରେ ଜାଡେଜା ଧୋନିଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖିଥିଲେ, ସବୁ କିଛି ଠିକ୍ ଠାକ୍ । ଯାହାକୁ କମେଣ୍ଟ ଦେଇଥିଲେ ସୁରେଶ ରୈନା । ସେ କମେଣ୍ଟରେ ଲେଖିଥିଲେ କି, ଚେନ୍ନାଇ ଟିମ୍ ଏକ ପରିବାର ପରି । ସୁରେଶ ରୈନାଙ୍କ ପୋଷ୍ଟରେ ଚେନ୍ନାଇ ସୁପର କିଙ୍ଗସ୍ର ଅଫିସିଆଲ୍ ଆକାଉଣ୍ଟରୁ ଏକ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ଟିମ୍ ଲେଖିଥିଲେ କି, ହଁ ହଁ ସମସ୍ତେ ସବୁବେଳ ପାଇଁ ପରିବାର ।
ସୁରେଶ ରୈନା ସେପ୍ଟେମ୍ବର ୬, ୨୦୨୨ରେ ଆଇପିଏଲ୍ ଓ ଘରୋଇ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ରୈନା ନିଜ କ୍ୟାରିୟର ୨୦୫ ମ୍ୟାଚ୍ ଖେଳି ୫୫୨୮ ରନ୍ ସଂଗ୍ରହ କରିଛନ୍ତି । ସେ ୩୨.୫୨ ପ୍ରତିଶତ ସହ ୧୩୬.୭୯ ଷ୍ଟ୍ରାଇକ୍ ରେଟ୍ରେ ଏହି ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ୍ କ୍ୟାରିୟରରେ ରୈନାଙ୍କ ନାମରେ ଗୋଟିଏ ଶତକ ଓ ୩୯ଟି ଅର୍ଦ୍ଧଶତକ ରହିଛି । ସେହିପରି ଆଇପିଏଲ୍ରୁ ଅବସର ନେବା ପୂର୍ବରୁ ଅଗଷ୍ଟ ୧୫, ୨୦୨୦ରେ ସମସ୍ତ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ପରେ ହିଁ ରୈନା କ୍ରିକେଟ୍କୁ ବାଏ ବାଏ କରିଥିଲେ ।