ବିବେକାନନ୍ଦ 12 ଜାନୁଆରୀ 1863 ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ। ତାଙ୍କର ଚିନ୍ତାଧାରା ଆଜି ଯୁବପିଢିଙ୍କ ପାଇଁ ଏକ ପ୍ରେରଣା ଅଟେ |
ଭାରତର ଉତ୍ଥାନରେ ମହାନ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବହୁତ କମ୍ ବୟସରେ ସେ ବେଦ ଏବଂ ଦର୍ଶନ ବିଷୟରେ ଜ୍ଞାନ ଆହରଣ କରିଥିଲେ। 1893 ମସିହାରେ, ସେ ଆମେରିକାର ଚିକାଗୋରେ ବିଶ୍ୱ ଧର୍ମ ପରିଷଦରେ ଭାଗ ନେଇଥିଲେ। ବିବେକାନନ୍ଦ ଏଥିରେ ଭାରତର ପ୍ରତିନିଧୀ ଭାବରେ ଯୋଗ ଦେଇଥିଲେ।
ସେଠାରେ ସେ ତାଙ୍କର ଅସାଧାରଣ ପ୍ରତିଭା ପ୍ରମାଣ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଆଜି ବି ଯୁବପିଢିଙ୍କ ପାଇଁ ଏକ ପ୍ରେରଣା ଏବଂ ଏକ ନୂତନ ପଥ ଦେଖାଥଏ। ବିବେକାନନ୍ଦ କହିଥିଲେ, “ଉଠ, ଜାଗ୍ରତ ହୁଅ ଏବଂ ଗନ୍ତବ୍ୟ ସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ବିରାମ ନିଅନାହିଁ”।
ପ୍ରତିବର୍ଷ 4 ଜୁଲାଇ ସ୍ୱମୀ ବିବେକାନନ୍ଦଙ୍କ ମୃତ୍ୟୁ ବାର୍ଷିକୀ ପଡିଥାଏ । ସ୍ୱାମୀ ବିବେକାନନ୍ଦ ତାଙ୍କର ଆଧ୍ୟାତ୍ମିକ ଜ୍ଞାନ ଏବଂ ଚିତ୍ତାକର୍ଷକ ବୌଦ୍ଧିକତା ପାଇଁ ସାରା ବିଶ୍ୱରେ ଜଣାଶୁଣା।