ଯାହା ସମ୍ପର୍କରେ ଜଣା ପଡିବା ପରେ ମନିଷଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜାଲ୍ ଭିଡିଓ ପ୍ରସ୍ତୁତି ଅଭିଯୋଗରେ ବିହାର ଓ ତାମିଲନାଡୁ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ଯେଉଁ ଘଟଣାରେ ପୁଲିସ ପୂର୍ବରୁ ୨ ଜଣଙ୍କୁ ଗିରଫ କରିସାରିଥିବା ବେଳେ ମନିଷଙ୍କ ଗିରଫଦାରୀ ୩ୟ ବୋଲି କୁହାଯାଉଛି।
ମନୀଷଙ୍କ ସମ୍ପତ୍ତି ଯାଞ୍ଚ ଲାଗି ବିହାର ପୁଲିସ ତାଙ୍କ ଘରେ ପହଞ୍ଚିବାରୁ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ପଶ୍ଚିମ ଚମ୍ପାରଣ ଜିଲ୍ଲାର ଜଗଦୀଶପୁର ଥାନାରେ ରଖାଯାଇଛି। ତାମିଲନାଡୁରେ କାର୍ଯ୍ୟରତ ବିହାରୀ ପ୍ରବାସୀ ଶ୍ରମିକମାନଙ୍କ ଉପରେ ମିଥ୍ୟା ଏବଂ ବିଭ୍ରାନ୍ତିକର ଭିଡିଓ ପ୍ରସାରଣ ମାମଲାରେ ସେ ଅନ୍ୟତମ ଅଭିଯୁକ୍ତ ବୋଲି ପୁଲିସ କହିଛି।
ତାମିଲନାଡୁରେ ପ୍ରବାସୀ ଶ୍ରମଜୀବୀମାନଙ୍କୁ ହତ୍ୟା ଓ ମାରଧର କରାଯିବା ଦୃଶ୍ୟସମ୍ବଳିତ ଜାଲ୍ ଭିଡିଓ ପ୍ରସାରଣ କରିବାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବିହାର ପୁଲିସର ଆର୍ଥିକ ଅପରାଧ ୟୁନିଟ୍ କଶ୍ୟପ ଓ ଅନ୍ୟମାନଙ୍କ ନାମରେ ୩ଟି ମାମଲା ରୁଜୁ କରିଛି।