ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଡିଜିଟାଲ ଇଣ୍ଡିଆ ଓ ଗ୍ରାମୀଣ ଭାରତର ବିକାଶ ପାଇଁ ବହୁ ଘୋଷଣା କରିଛନ୍ତି। ଗାଁରେ ଡିଜିଟାଲ ଲାଇବ୍ରେରୀକୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ବଜେଟ୍ ଆରମ୍ଭରୁ କହିଛନ୍ତି, ଏହା ଅମୃତକାଳର ପ୍ରଥମ ବଜେଟ୍। ସେ କହିଛନ୍ତି ଏହି ବଜେଟ୍ର ୭ଟି ପ୍ରାଥମିକତା ଧାର୍ଯ୍ୟ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, କୃଷକଙ୍କୁ ଉନ୍ନତ ଉପକରଣ ପ୍ରତି ସଚେତନ କରିବା ଓ ତାଙ୍କୁ ଉନ୍ନତ କରିବାପାଇଁ ଡିଜିଟାଲ ଟ୍ରେନିଂ ଦିଆଯିବ। ଏହାଛଡ଼ା ସହକାରୀ ବ୍ୟାଙ୍କର କମ୍ପ୍ୟୁଟରୀକରଣ କରାଯିବ। ସହକାରୀ ସୋସାଇଟିରୁ ଡାଟାବେସ ମଧ୍ୟ ପ୍ରସ୍ତୁତ କରାଯିବ।
ଅର୍ଥମନ୍ତ୍ରୀ କହିଛନ୍ତି, ଶିଶୁ ଓ ଯୁବପୀଢ଼ିଙ୍କୁ ପଢ଼ିବାର ସୁବିଧା ଦେବା ପାଇଁ ଡିଜିଟାଲ ଲାଇବ୍ରେରୀ ପ୍ରସ୍ତୁତ କରାଯିବ। ବୋର୍ଡ ଓ ପଞ୍ଚାୟତ ସ୍ତରରେ ଏହି ଲାଇବ୍ରେରୀ ଉପଲବ୍ଧ ହେବ। ଏଥିରେ ଆଞ୍ଚଳିକ ଓ ଇଂରାଜୀ ଭାଷାରେ ବହି ଉପଲବ୍ଧ ହେବ। ବୟସ ହିସାବରେ ଲୋକମାନେ ଏହି ବହି ପଢ଼ିପାରିବେ। ଏହାଛଡ଼ା ରାଜ୍ୟକୁ ପ୍ରତ୍ୟକ୍ଷ ପୁସ୍ତକାଳୟ ତିଆରି କରିବାପାଇଁ ମଧ୍ୟ ପ୍ରୋତ୍ସାହିତ କରାଯିବ। ସୀତାରମଣ କହିଛନ୍ତି, ୭୪୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ଆସନ୍ତା ତିନିବର୍ଷରେ ୩୮,୦୦୦ ଶିକ୍ଷକ ଏବଂ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ସ୍କୁଲ ଗୁଡ଼ିକ ଜରିଆରେ ୩.୫ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି।