ଏହି ଦୁଇଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ବୁଧବାର ଦିନ ଜି-୨୦ ପ୍ରତିନିଧି ମାନେ ପଞ୍ଚଦଶ ଶତାବ୍ଦୀର କୁମ୍ଭଲଗଡ଼ ଦୁର୍ଗ ବୁଲିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ପହିଲାରେ ଭାରତ ଜି-୨୦ର ଅଧ୍ୟକ୍ଷତା ପଦ ଗ୍ରହଣ କରିଛି ।
ଆଜି ରାଜସ୍ଥାନର ଉଦୟପୁରରେ ବସିବ ଜି-୨୦ର ପ୍ରଥମ ବୈଠକ

ଅର୍ଗସ ବ୍ୟୁରୋ: ଆଜି ରାଜସ୍ଥାନର ଉଦୟପୁରରେ ବସିବ ଜି-୨୦ର ପ୍ରଥମ ବୈଠକ। G-୨୦ ପ୍ରତିନିଧି ଦଳ ‘ସିଟି ଅଫ ଲେକ୍ସ’ ଉଦୟପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଆଜି ଓ କାଲି ଦୁଇ ଦିନ ଧରି ଜି-୨୦ ବୈଠକ ହେବ। ହୋଟେଲ ତାଜ ଫତେ ପ୍ରକାଶ ପ୍ୟାଲେସ୍ର ଦରବାର ହଲ୍ରେ ବୈଠକ ଅନୁଷ୍ଠିତ ହେବ। ପ୍ରତିନିଧିମାନେ ସିଟି ପ୍ୟାଲେସ ଏବଂ ଜଗମନ୍ଦିର ବୁଲିବେ।
Download Argus News App
