ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ରାଜ୍ୟ ଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂଆଁଧାର ପ୍ରଚାର କରିଥିଲେ । କେରଳ, କର୍ଣ୍ଣାଟକ, ରାଜସ୍ଥାନ , ଆସାମ, ଛଥିଶଗଡ, ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ ଜୋରସୋରରେ ହୋଇଥିଲା ପ୍ରଚାର । କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାମ କିପରି ଲୋକଙ୍କ ପାଖରେ ପହଂଚିଛି ସେ କଥା କହିଥିଲେ ମୋଦି । ଏସବୁ ରାଜ୍ୟରେ ବିଜେପି ଆଗୁଆ ରହିବ ବୋଲି ସି ଭୋଟର ସର୍ଭେର ଆକଳନ ହୋଇଥିଲା । ଏପରିକି ପଶ୍ଚିମବଙ୍ଗରେ ଦଳ 1 ନମ୍ବର ସ୍ଥାନରେ ରହିବ ବୋଲି ହୋଇଥିଲା ଆକଳନ । ପ୍ରଶାନ୍ତ କିଶୋରଙ୍କ ଆକଳନ ମଧ୍ୟ ବିଜେପି ସପକ୍ଷରେ ଥିଲା । ତାମିଲନାଡୁର ସମସ୍ତ 39 ସିଟ, ରାଜସ୍ଥାନର 12, ଉତ୍ତର ପ୍ରଦେଶର 8, ମଧ୍ୟପ୍ରଦେଶର 6, ଆସାମ , ମହାରାଷ୍ଟ୍ର, ଉତ୍ତରାଖଣ୍ଡର 5ଟି ଲେଖାଏଁ ସିଟରେ ଭୋଟ ହୋଇଥିଲା । ସେହିପରି ପୁଜୁଚେରୀ, ଲାକ୍ଷାଦୀପ, ଜାମ୍ମୁ କାଶ୍ମୀର , ଆଣ୍ଡାମାନ ଓ ନିକୋବର ଦ୍ବିପପୁଞ୍ଜର ଗୋଟିଏ ଲେଖାଏଁ ସିଟରେ ମତଦାନ କରିଥିଲେ ଜନତା । ଛତିଶଗଡ଼ର ୧୧ଟି ଆସନ ମଧ୍ୟରୁ ୧ ଟି ଆସନ ପାଇଁ ନିର୍ବାଚନ ଶେଷ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର