ଯେଉଁଥିରେ ଏକ ଲୋକୋଲାଇଜର, ଗାଇଡପଥ ଓ ଦୂରତା ମାପ ଉପକରଣ ସାମିଲ ହେବ। ଏହା ପ୍ରତ୍ୟେକ ଋତୁରେ ବିମାନବନ୍ଦରରେ କାର୍ଯ୍ୟରେ ସାହାଯ୍ୟ କରିବ। ରାଜ୍ୟରେ ଅପ୍ରତ୍ୟାଶିତ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଆବଶ୍ୟକତା ରହିଥିଲା।
ନଭେମ୍ବର ୧୯ରେ ଅରୁଣାଚଳପ୍ରଦେଶ-ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୧୯ରେ ଅରୁଣାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତରେ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ନିର୍ମାଣ ହୋଇଥିବା ବିମାନବନ୍ଦର ଡୋନିପୋଲୋର ଉଦ୍ଘାଟନ କରିବେ। ଅରୁଣାଳପ୍ରଦେଶରେ ବିମାନବନ୍ଦରର ନାମ ସୂର୍ଯ୍ୟ (ଡୋନି) ଓ ଚନ୍ଦ୍ରମା (ପୋଲୋ) ଆଦିବାସୀଙ୍କ ପୁରୁଣା ଶ୍ରଦ୍ଧାକୁ ପ୍ରତିଫଳିତ କରିଥାଏ। ଅନ୍ୟପଟେ ଉତ୍ତରପ୍ରଦେଶର ବାରଣାସୀରେ କାଶୀ ତାମିଲ ସଙ୍ଗମମ କାର୍ଯ୍ୟକ୍ରମରେ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି। ଡୋନି ପୋଲୋ ବିମାନ ବନ୍ଦରରେ ଆଇଏଲଏସ ସ୍ଥାପନ କରାଯାଇଛି।
Download Argus News App
