କିଛି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି ଚାଲିଛି ସତ, ହେଲେ ସରକାର ଗଠନର ଗଣିତ କଷା ସରିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ହେଭିୱେଟଙ୍କୁ ଉତାରି ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା କାରିଗର ସାବ୍ୟସ୍ତ ହୋଇଛି। ସେହିପରି ଛତିଶଗଡ଼ରେ ଐତିହାସିକ କମବ୍ୟାକ କରିଛି ଦଳ। ପ୍ରାୟ ସମସ୍ତ ଏକଜିଟ୍ ପୋଲ ଛତିଶଗଡ଼ରେ ବିଜେପିର ପରାଜୟ ଦେଖାଉଥିଲା। ହେଲେ ମୋଦି ସୁନାମି ଏକଜିଟ୍ ପୋଲର ଅଙ୍କକୁ ବିଗାଡ଼ ଦେଇଛି। ଛତିଶଗଡ଼ରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି ବିଜେପି। ସେପଟେ କେବଳ ତେଲଙ୍ଗାନାରେ ବିଜୟର ସ୍ବାଦ ଚାଖି ପାରିଛି କଂଗ୍ରେସ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପ୍ରାୟ ମୂଳପୋଛ ହୋଇସାରିଥିବା କଂଗ୍ରେସ ଦକ୍ଷିଣରେ ନିଜ ଉପସ୍ଥିତି ବଞ୍ଚାଇ ରଖିଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର