ଗୁଜରାଟ ବିଜେପିର ଚାଣକ୍ୟ ଭାବେ ପରିଚିତ ସି.ଆର. ପାଟିଲ ନବସାରୀରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ ପ୍ରମୁଖ ଆସନ ମଧ୍ୟରେ ମହାରାଷ୍ଟ୍ରର ବାରାମତୀ ଉପରେ ମଧ୍ୟ ସାରା ଦେଶର ଫୋକସ ରହିଛି । ଏଠାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଓ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କ ମଧ୍ୟରେ ହେଉଛି ଫାଇଟିଂ । ସୋଲାପୁରରୁ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେଙ୍କ ଝିଅ ପ୍ରଣତୀ ସିନ୍ଦେ ମୈଦାନରେ ଅଛନ୍ତି । କର୍ଣ୍ଣାଟକର ଧାରୱାଡ଼ରୁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି । ଉତ୍ତର ଗୋଆ ଆସନରୁ ଶ୍ରୀପଦ ନାଇକ ଓ ଦକ୍ଷିଣ ଗୋଆ ଆସନରୁ ପଲ୍ଲବୀ ଡେମ୍ପୋ ବିଜେପି ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ମୈନପୁରୀ ଆସନରୁ ଅଖିଳେଶ ୟାଦବଙ୍କ ପତ୍ନୀ ଡିମ୍ପଲ ୟାଦବ ନିର୍ବାଚନ ଲଢୁଥିବା ବେଳେ ଏମପିର ବିଦିଶାରୁ ଶିବରାଜ ସିଂହ ଚୌହାନ, ଗୁନାରୁ ଜ୍ୟୋତିରାଦିଦ୍ୟ ସିନ୍ଧିଆ ଏବଂ ରାଜଗଡ଼ରୁ ଭେଟରାନ କଂଗ୍ରେସ ଲିଡର ଦିଗବିଜୟ ସିଂହ ନିର୍ବାଚନ ମୈଦାନରେ ଅଛନ୍ତି । ପଶ୍ଚିମବଙ୍ଗର ବହରମପୁର ଆସନରୁ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରତିଦ୍ୱନ୍ଦ୍ବିତା କରୁଥିବା ବେଳେ ତାଙ୍କ ବିରୋଧରେ ଟିଏମସିରୁ କ୍ରିକେଟର ୟୁସୁଫ ପଠାନ ଓ ବିଜେପିରୁ ପ୍ରସିଦ୍ଧ ସର୍ଜନ ନିର୍ମଳ କୁମାର ସାହା ନିର୍ବାଚନ ଲଢ଼ୁଛନ୍ତି।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର: