ଯଶୋବନ୍ତରାୟ ଜଣେ ବ୍ୟକ୍ତି କିମ୍ବା ଉଦାହରଣ ନୁହେଁ ବରଂ ଜଣେ ଯୁଗପୁରୁଷ ଥିଲେ । ତାଙ୍କର ଛୋଟ ଛୋଟ କଥାରୁ ଜୀବନ ଦର୍ଶନର ପ୍ରେରଣା ମିଳେ । ତାଙ୍କ ନାମରେ ତିନି ଦଶକ ଧରି ଏବିଭିପି ରାଷ୍ଟ୍ରୀୟ ଯୁବା ପୁରସ୍କାରରେ ସମ୍ମାନିତ କରିବାର ପରମ୍ପରାକୁ ପାଳନ କରୁଛି। ଏବିଭିପିର ଏହି ବର୍ଷ ୪୫ ଲକ୍ଷ ସଦସ୍ୟ ସଂଗଠନରେ ଯୋଗଦେଇଛନ୍ତି। ସକରାତ୍ମକ ବିଚାର ରଖିବା ହେଉଛି ଏବିଭିପିର ବିଚାରଧାରା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ବଡ ଲୋକପ୍ରିୟ ନେତା । ମୋଦି ୧୩୦ କୋଟି ଭାରତୀୟଙ୍କ ପରାକାଷ୍ଠାର ପ୍ରତିଛବି । ଏଥିପାଇଁ ଆମେ ବସୁଧୈବ କୁଟୁମ୍ବକମ୍ ବିଚାରରେ ବିଶ୍ୱର କଲ୍ୟାଣ କଥା ଚିନ୍ତା କରୁଛେ । ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ନୂତନ ଢାଞ୍ଚା ତିଆରି ହୋଇଛି । ଦେଶର ଜନତା ଜାତୀୟ ଶିକ୍ଷା ନୀତି ସହ ଯୋଡି ହୋଇଛନ୍ତି । ଆମକୁ ଦେଶବାସୀଙ୍କ ଦାୟିତ୍ୱ ନେବାକୁ ହେବ । ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି । ଏହି ସମୟରେ ଦେଶରେ ଥିବା ୨୦ କୋଟି ଯୁବପିଢିଙ୍କ ପାଖରେ ଥିବା କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବାକୁ ହେବ । ଏହି ୨୦ କୋଟି ଯୁବପିଢିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ମହାଶକ୍ତି ହେବ ଏବଂ ଏ ଦିଗରେ ରାଷ୍ଟ୍ର ସେବାରେ ବ୍ରତୀ ରଖୁଥିବା ଏବିଭିପି ମଧ୍ୟ ଚେଷ୍ଟା କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଉତ୍କୃଷ୍ଟ ସାମାଜିକ ଆଦର୍ଶ ସ୍ଥାପିତ କରିଥିବା ନନ୍ଦକୁମାର ଜ୍ଞାନେଶ୍ୱର ପାଲବେଙ୍କୁ ଯଶୋବନ୍ତରାୟ ଯୁବା ପୁରସ୍କାରରେ ସମ୍ମାନିତ କରିଥିଲେ ।