ଏଭଳି ଘଟଣାଟି ଦେଖିବାକୁ ମିଳିଛି ଚେନ୍ନାଇରେ। ମହିଳାଙ୍କ ବୟସ ୪୫ ପାଖାପାଖି ହେବ। ସବଇନସ୍ପେକ୍ଟର ଜି. ପୁଷ୍ପାରାଣୀ ସାଇକେଲରେ ଡ୍ୟୁଟି କରିଥାନ୍ତି। ସାଇକେଲ ତାଙ୍କ ପାଇଁ କେବଳ ଯାତାୟାତର ଏକ ମାଧ୍ୟମ ନୁହେଁ, ଏହା ହେଉଛି ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କୁହନ୍ତି। ସେ ଦୀର୍ଘ ୨୩ ବର୍ଷ ଧରି ସାଇକେଲ ଚଳାଇ ଡ୍ୟୁଟି କରି ଆସୁଛନ୍ତି। ତାଙ୍କ ବାପା ଅବସରପୟାପ୍ତ ଏସଆଇ ଗୋବିନ୍ଦସାମି କାମ କରିବା ସମୟରେ ସାଇକେଲ ଚଳାଉଥିଲେ। ଆଉ ତାଙ୍କ ବାପା ହିଁ ତାଙ୍କୁ ସାଇକେଲ ଚଳାଇବାକୁ ପରାମର୍ଶ ଦେଇଛନ୍ତି।
ସେବେଠୁ ସେ ସେଇକେଲରୁ ମୁହଁ ଫେରାଇ ନ ଥିବା କହିଛନ୍ତି। ସାଇକେଲ ଚାଳନା ଦ୍ୱାରା ଏହା ତାଙ୍କୁ ରୋଗଠୁ ଦୂରେଇ ରଖେ ବୋଲି ମଧ୍ୟ ସେ କୁହନ୍ତି। ପ୍ରତିଦିନ ସେ ଘରୁ ଅଫିସ୍ ଓ ଅଫିସରୁ ଘରୁ ଯିବା ଲାଗି ୬ କି.ମି ସାଇକେଲ ଚଳାନ୍ତି।୧୯୯୭ ବ୍ୟାଚର ପୁଷ୍ପାରାଣୀ ତାମିଲନାଡୁରେ ଗ୍ରେଡ ୨ କନଷ୍ଟେବଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାପରେ ସେ ଆର୍ମି ରିଜର୍ଭରେ କାମ କଲେ।
ପୁଡୁପେଟ୍ ଆର୍ମି ରିଜର୍ଭରେ କାମ କରିବା ସମୟରେ ସେ ସାଇକେଲ ଚଳାଇବା ଆରମ୍ଭ କଲେ। ଧନୀଙ୍କ ଲାଗି ସାଇକେଲ ବ୍ୟାୟାମର ଉପକରଣ ହୋଇଥିବା ବେଳେ ଗରିବଙ୍କ ଲାଗି ଏହା ଅତ୍ୟାବଶ୍ୟକ ଯାନ ବୋଲି ସେ କହିଛନ୍ତି।
ଅଧିକ ଭାରତ ନ୍ୟୂଜ଼ ପଢନ୍ତୁ