ତେବେ ବରଣମାଳାକୁ ନେଇ ମଜାମସ୍ତି କେବଳ କିଛି ଆଧୁନିକ ବିବାହରେ ଦେଖିବାକୁ ମିଳିଥାଏ। ଏହି ଆଧୁନିକ ବିବାହ ମଧ୍ୟରେ ଏକ ନିଆରା ବିବହର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସନାତନ ସଂସ୍କୃତିର ମର୍ଯ୍ୟାଦା ସମ୍ପନ୍ନ ବିବାହ ଦେଖିବାକୁ ମିଳିଛି। ଆଉ ବରଣମାଳାକୁ ସମ୍ମାନ।
ଭିଡିଓରେ ବର ଜଣଙ୍କ ଆଣ୍ଠୁମାଡି ବରଣ ମାଳା ଧରିଥିବାବେଳେ କନ୍ୟା ଜଣଙ୍କ ଠିଆ ହୋଇ ସସମ୍ମାନେ ବରଙ୍କୁ ବରଣ ମାଳା ପିନ୍ଦାଉଛନ୍ତି। ସେହିପରି ବର ଯେତେବେଳେ କନ୍ୟାଙ୍କୁ ବରଣମାନେ ପିନ୍ଧାଇବାର ମୂହୁର୍ତ୍ତ ଆସିଲା ସେତେବେଳେ କନ୍ୟାଜଣଙ୍କ ଆଣ୍ଠେଇ ହାତଯୋଡି ରହି ବରଙ୍କ ଠାରୁ ବରଣମାଳା ଗ୍ରହଣ କରିଛନ୍ତି। ବରଣ ମାଳା ପିନ୍ଧାଇବା ପରେ ବର କନ୍ୟାଙ୍କୁ ସସମ୍ମାନେ ଠିଆ କରାଇଛନ୍ତି। ଏହି ବିବାହ ଥିଲା ସମ୍ପୂର୍ଣ୍ଣ ନିଆରା। ଭିଡିଓରେ ବରଣମାଳାକୁ ସମ୍ମାନ ଜଣାଇଛନ୍ତି ବର ବଧୂ। କିନ୍ତୁ ଆଜିକାଲିର ବିବାହରେ ତ ବରମାଣକୁ ନେଇ ନୌଟଙ୍କି କରାଯାଉଛି। ତେବେ ଭାଇରାଲ ହେଉଥିବା ଏହି ବିବାହ ସନାତନ ସଂସ୍କୃତିର ମର୍ଯ୍ୟାଦାକୁ ଦର୍ଶାଉଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।