ପ୍ରଥମ ପର୍ଯ୍ୟାୟରେ 89ଟି ଆସନ ପାଇଁ ମୋଟ 63.14 ପ୍ରତିଶତ ମତଦାନ ହୋଇଥିଲା । ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଅହମ୍ମଦାବାଦରେ ଭୋଟ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମତଦାନ ପୂର୍ବରୁ ମାଆ ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଭୋଟିଂ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଆସନ୍ତା 8 ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।
ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଅର୍ଗସ ବ୍ୟୁରୋ: ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 182ଟି ସିଟ ମଧ୍ୟରୁ ଦ୍ବିତୀୟ ପର୍ଯ୍ୟାୟରେ ଆଜି 93ଟି ଆସନ ପାଇଁ ମତଦାନ । ଆଜି ୨.୫୪ କୋଟି ପଞ୍ଜିକୃତ ଭୋଟର ସେମାନଙ୍କ ମତଦାନ କରିବେ । ଏଥିପାଇଁ ୨୬ ହଜାର ୪୦୯ଟି ବୁଥ୍ ରେ ବ୍ୟବସ୍ଥା ହୋଇଛି । ପ୍ରାୟ ୩୬ ହଜାର EVM ବ୍ୟବହାର ହେବ ବୋଲି ସୂଚନା ମିଳିଛି ।
Download Argus News App
