ଷ୍ଟେସନର ପ୍ରଥମ ପର୍ଯ୍ୟାୟ ପ୍ରାୟ ୧୫,୮୦୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହୋଇଥିବା ବେଳେ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟଟି ପ୍ରଥମ ପର୍ଯ୍ୟାୟ ପରିସରର ଉପଲବ୍ଧ ଜମିରେ ନିର୍ମାଣ ହେବ, ଯାହା ଫଳରେ ସମ୍ପ୍ରସାରଣ ପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ପଡିବ ନାହିଁ ଏବଂ ଏଥିପାଇଁ ୧୫,୫୩୦ କୋଟି ଟଙ୍କା ବିନିଯୋଗ ହେବ । ଏହାସହ ଏହି ଅଞ୍ଚଳରେ ନବୀକରଣୀୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜନାନ୍ଦଗାଓଁ ଠାରେ ପ୍ରାୟ ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୌର ପିଭି ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ ବାର୍ଷିକ ଆନୁମାନିକ ୨୪୩.୫୩ ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବେ। ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଳାସପୁର – ଉସଲାପୁର ଫ୍ଲାଏଓଭରକୁ ଲୋକାର୍ପିତ କରିବେ । ଏହା ଦ୍ୱାରା ବିଳାସପୁରରେ ପ୍ରବଳ ଟ୍ରାଫିକ୍ ସମସ୍ୟା କମିବ ଏବଂ କଟନୀ ଆଡ଼କୁ ଯାଉଥିବା କୋଇଲା ଟ୍ରାଫିକ୍ କମ୍ ହେବ । ପ୍ରଧାନମନ୍ତ୍ରୀ ଭିଲାଇରେ ୫୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟକୁ ଲୋକାର୍ପଣ କରିବେ । ଚଳନ୍ତା ଟ୍ରେନରେ ସୌର ଶକ୍ତିର ଉପଯୋଗରେ ଏହା ସହାୟକ ହେବ ।
ଅଧିକ ପଢନ୍ତୁ ଭାରତ ଖବର