୧୨ ବର୍ଷ କୁନି ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ । ଓଡ଼ିଶାର ପୁଅ ସିନା ସାରା ଭାରତର ସ୍ୱାଧୀନତା ସଂଗ୍ରାମର ଗୋଟିଏ ପରିଚିତ ନାଁ । କୁନି ବୟସରେ ବଡ଼ ଜିଦି। ଡଙ୍ଗା ବାହୁଛି ବୋଲି କ’ଣ ଏ ଫିରିଙ୍ଗି ପୁଲିସକୁ ନଈ ପାର୍ କରେଇବି । ଏମାନେ ପରା ସେଇ ଯିଏ ମୋ ଭାରତ ମାତାକୁ ପରାଧୀନତାର ବେଡିରେ ବାନ୍ଧିଛନ୍ତି । ବାସ୍ ଏଇ ଭାବାନ୍ତର ପାଇଁ ସେ ଆଜି ଆମ ସମସ୍ତଙ୍କ ନମସ୍ୟ ।
ପିଲାଟି ବେଳୁ ସେ ବାପାଙ୍କୁ ହରାଇ ମା’ଙ୍କ ଦ୍ୱାରା ପ୍ରତିପାଳିତ ହେଉଥିଲେ ।
ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ(ବୀର ବୈଷ୍ଣବ ନାମରେ ଜଣାଶୁଣା)ଙ୍କ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭରେ ସାମିଲ ହୋଇଥିଲେ ବାଜି।
୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ଵେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖିବ।
ପ୍ରଜାମଣ୍ଡଳର ହୁକୁମ ରକ୍ଷା କରି ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରି କରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ହରାଇଥିଲେ ।
ଆଜି ଆମେ ମୁକ୍ତ, ସ୍ୱାଧୀନ । ଆମ ମୁକ୍ତି ଓ ସ୍ୱାଧୀନତା ପଛରେ ଅଛି ବାଜିରାଉତ ତ୍ୟାଗ କରିଥିବା ଜୀବନ। ଅର୍ଗସ୍ ପରିବାର ପକ୍ଷରୁ ଏହି ମହାନ ସଂଗ୍ରାମୀଙ୍କୁ ଭକ୍ତିପୂତ ନମନ।