ଅର୍ଗସ ବ୍ୟୁରୋ: ଏକ ହୋଟେଲ୍ ରୁମ୍ରୁ ମିଳିଲା 8 ପର୍ଯ୍ୟଟକଙ୍କ ମୃତଦେହ । ନେପାଳର ମକବାନପୁର ଜିଲ୍ଲାର ଦମନ ସ୍ଥିତ ଏକ ହୋଟେଲ ରୁମ୍ରୁ 8 ପର୍ଯ୍ୟଟକଙ୍କ ମୃତଦେହ ମିଳିଛ । ଏହି ସମସ୍ତ ପର୍ଯ୍ୟଟକ କେରଳର ବୋଲି ସୁଚନା ମିଳିଛି । ଘଟଣାରେ ପୋଲିସ୍ ଅଧିକ୍ଷକ ସୁଶୀଳ ସିଂହ ରାଠୋର କହିଛନ୍ତି ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ହୋଇପାରିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ମୃତକମାନେ ରୁମ୍ରେ ଗ୍ୟାସ୍ ହିଟରର ବ୍ୟବହାର କରିଥିଲେ । ଯେଉଁଥିପାଇଁ ସେମାନଙ୍କ ଶ୍ୱାସରୁଦ୍ଧ ଘଟି ମୃତ ଘଟିଥିବା ନେଇ ଆଶଙ୍କା କରାଯାଉଛି ବୋଲି କହିଛନ୍ତି ପୋଲିସ୍ ଅଧିକ୍ଷକ ।
ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖି ପର୍ଯ୍ୟଟକଙ୍କ ପରିବାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି । କେରଳର ପର୍ଯ୍ୟଟନ ମନ୍ତ୍ରୀ କଡ଼କପଲ୍ଲୀ ସୁରେନ୍ଦ୍ର କହିଛନ୍ତି, ଆମ ନିକଟରେ ଏହି ଖବର ପହଞ୍ଚିବାର ସାଙ୍ଗେ ସାଙ୍ଗେ ନେପାଳର ପୋଲିସ୍ ସହ ସମ୍ପର୍କ କରିଥିଲୁ । ଏହି ଘଟଣା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କେରଳର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।