ନଭେମ୍ୱର -୨୦, ୨୦୧୬ - ଉତ୍ତରପ୍ରଦେଶର ପୋଖରାୟନ ନିକଟରେ ଇନ୍ଦୋର-ରାଜେନ୍ଦ୍ରନଗର ଏକ୍ସପ୍ରେସ୍ ଲାଇନଚ୍ୟୁତ୍ । ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ୧୫୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୦ ଜଣ ଗୁରୁତର ହୋଇଥିଲେ ।
ମେ - ୨୮, ୨୦୧୦ - ପଶ୍ଚିମବଙ୍ଗ ଝାରଗ୍ରାମ ନିକଟରେ ଏକ ମାଲବାହୀ ଟ୍ରେନ ସହ ଧକ୍କା ଲାଇନଚ୍ୟୁତ ହୋଇଥିଲା ଜାନେଶ୍ୱରୀ ଏକ୍ସପ୍ରେସ୍, ୧୪୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।
ସେପ୍ଟେମ୍ୱର - ୯, ୨୦୦୨- ବିହାର ରାଫିଗଞ୍ଜ ନିକଟରେ ଲାଇନଚ୍ୟୁତ ହୋଇଥିଲା ନୂଆଦିଲ୍ଲୀ-ହାୱଡା ରାଜଧାନୀ ଏକ୍ସପ୍ରେସ୍ । ପାଖାପାଖି ୧୪୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।
ଅଗଷ୍ଟ - ୨, ୧୯୯୯ - କାଟିହର ଡିଭିଜନର ଗାଇସାଲ ଷ୍ଟେସନରେ ବ୍ରହ୍ମପୁତ୍ର ମେଲ ଅବଦ ଆସାମ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨୮୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ ।
ନଭେମ୍ୱର - ୨୬, ୧୯୯୮ - ପଞ୍ଜାବର ଖାନ୍ନା ନିକଟରେ ଜାମ୍ମୁ ତାୱି - ସିଲଡା ଏକ୍ସପ୍ରେସ ଗୋଲଡେନ୍ ମନ୍ଦିର ମେଲକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୨୧୨ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଅଗଷ୍ଟ - ୨୦, ୧୯୯୫ - ଫିରୋଜାବାଦ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଓ କାଳନ୍ଦୀ ଏକ୍ସପ୍ରେସ୍ ସହ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ପାଖାପାଖି ୩୦୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ।
ଜୁନ - ୦୬, ୧୯୮୧ - ବିହାରରେ ବାଗମତି ନଦୀ ପାର ହେବା ବେଳେ ନଦୀରେ ପଡ଼ିଥିଲା ଟ୍ରେନର ବଗି । ଯେଉଁଥିରେ ପାଖପାଖି ୭୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର: