ଗତ ସପ୍ତାହରେ ମଧ୍ୟ ରାଷ୍ଟ୍ରଦୂତ ସୁନେଲ୍ କହିଥିଲେ ଯେ, ‘ଅପରେସନ୍ ଦୋସ୍ତ୍’ ଭାରତ ଓ ତୁର୍କୀର ବନ୍ଧୁତ୍ବର ସଙ୍କେତ। ଆମେ ବନ୍ଧୁ ବୋଲି ପ୍ରମାଣିତ ହୋଇସାରିଛି। ଆମେ ଆମ ସମ୍ପର୍କକୁ ଆହୁରି ନିବିଡ଼ କରିବା। ୨୩ ଟନ୍ ରିଲିଫ୍ ସାମଗ୍ରୀ ନେଇ ଗତକାଲି ୭ମ ‘ଅପରେସନ୍ ଦୋସ୍ତ୍’ ବିମାନ ଭୂମିକମ୍ପ ପ୍ରପୀଡ଼ିତ ପହଞ୍ଚିଛି।
ଭୂ-କମ୍ପ ପ୍ରଭାବିତ ତୁର୍କୀକୁ ରିଲିଫ୍ ପଠାଇଥିବାରୁ କୃତଜ୍ଞତା ଜଣାଇଲା ତୁର୍କୀ

ଅର୍ଗସ ବ୍ୟୁରୋ: ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ରିଲିଫ୍ ପଠାଇଥିବାରୁ ଆଜି କୃତଜ୍ଞତା ଜଣାଇଛି ତୁର୍କୀ । ଭାରତସ୍ଥିତ ତୁର୍କୀର ରାଷ୍ଟ୍ରଦୂତ ଫିରାତ୍ ସୁନେଲ୍ ଭାରତ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ‘ଟୁଇଟର୍’ରେ ସୁନେଲ୍ ଲେଖିଛନ୍ତି: ଭାରତବାସୀଙ୍କ ତରଫରୁ ଆଉ ଗୋଟାଏ ବ୍ୟାଚ୍ ଜରୁରୀକାଳୀନ ସହାୟତା ତୁର୍କୀ ଯାଉଛି। ଏହି ସହାୟତା ସାମଗ୍ରୀଗୁଡ଼ିକୁ ତୁର୍କୀ ଏୟାର୍ଲାଇନ୍ ଦୈନିକ ମାଗଣାରେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ନେଇ ଯାଉଛି। ଥ୍ୟାଙ୍କ୍ ୟୁ ଇଣ୍ଡିଆ! ଅଗଣିତ ଭୂମିକମ୍ପ-ପ୍ରପୀଡ଼ିତଙ୍କ ପାଇଁ ପ୍ରତିଟି ତମ୍ବୁ, ପ୍ରତିଟି କମ୍ବଳ ଅଥବା ‘ସ୍ଲିପିଙ୍ଗ୍ ବ୍ୟାଗ୍’ର ଗୁରୁତ୍ବ ରହିଛି।
Download Argus News App
