ଜମ୍ମୁକାଶ୍ମୀର: ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଆଜି ସକାଳେ ଦକ୍ଷିଣ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହାରାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳଙ୍କ ଅପରେସନ ଅଲଆଉଟ୍ ଜାରି ଅଛି ।
ସେନା ଅଧିକାରୀ କହିଛନ୍ତି କି, ସେନାର ୩ ଆରଆର ଓ ଏସଓଜିର ସଂଯୁକ୍ତ ଟିମ୍ ଗୁରୁବାର ସକାଳେ ଟାଉନର ବଙ୍ଗନ୍ଦରରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିଥିଲା । ଯେତେବେଳେ ସୁରକ୍ଷାବଳଙ୍କ ସଂଯୁକ୍ତ ଟିମ୍ ସନ୍ଦେହଜନକ ଜାଗାରେ ତଲାସି ଅଭିଯାନ ଆରମ୍ଭ କରିଥିଲେ । ସେତେବେଳେ ଆତଙ୍କବାଦୀମାନେ ଅନବରତ ଗୁଳି ଚାଳନା ଆରମ୍ଭ କରିଥିଲେ । ଉଭୟ ପଟରୁ ଗୁଳି ଚାଳନା ହୋଇଥିଲା । ଏହା ମଧ୍ୟରେ ଦୁଇ ଆତଙ୍କବାଦୀଙ୍କୁ ମାରିଛନ୍ତି ସୁରକ୍ଷାବଳ । ମୃତ ଆତଙ୍କବାଦୀଙ୍କ ପାଖରୁ ଗୋଳା ବାରୁଦ ଜବତ ହୋଇଛି । ଏବେ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନି । କିନ୍ତୁ ଉଭୟେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ବୋଲି ସୂତ୍ରରୁ ଜଣାପଡିଛି ।
