ଏହି ଅଭିଯାନରେ ବିଶ୍ବବିଦ୍ୟାଳୟ ମାନଙ୍କରେ ବର୍ଷ ତମାମ ଜି-20 ସମ୍ମିଳନୀ ନେଇ ବିଭିନ୍ନ ବକୃତା, ପ୍ରବନ୍ଧମାଳା, ସେମିନାର୍, ସମାରୋହ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯେଉଁଥିରେ ଛାତ୍ରଛାତ୍ରୀ ମାନେ ସାମିଲ ହେବେ। ସେହିପରି ସମସ୍ତ ବିଶ୍ବବିଦ୍ୟାଳୟରେ ଜି-20ର ଲୋଗୋ ମଧ୍ୟ ପ୍ରଦର୍ଶିତ କରିବାକୁ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।...
G20 ସହ ଯୋଡି ହେବ ବିଶ୍ବବିଦ୍ୟାଳୟ, ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଜାରି

ଅର୍ଗସ ନ୍ୟୁଜ : ଜି-20 କାର୍ଯ୍ୟକ୍ରମ ସହ ଯୋଡି ହେବ ବିଶ୍ବବିଦ୍ୟାଳୟ। ଏଥିପାଇଁ ୟୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟ ସ୍ତରରେ ଆବଶ୍ୟକ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ବିଶ୍ବବିଦ୍ୟାଳୟ ମାନେ ମଧ୍ୟ ଜି-20 କାର୍ଯ୍ୟକ୍ରମ ସହ ନିଜକୁ ସାମିଲ କରିବେ। ଯେଉଁଥିରେ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଅନ୍ତର୍ଭୁକ୍ତ ହେବେ।
Download Argus News App
