ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ସୋସିଆଲ ମିଡିଆରେ ଘୂରି ବୁଲିଥିଲା। ଏବଂ ତାଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କିନ୍ତୁ ଏହି ଖବରକୁ ବିକ୍ରମଙ୍କ ପରିବାର ଲୋକେ ଖଣ୍ଡନ କରିଥିଲେ ଏବଂ କହିଥିଲେ କି ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଜି ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ତାଙ୍କ ପରିବାର ଏବଂ ଆତ୍ମୀୟସ୍ବଜନ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।
ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ବଲିଉଡ ତଥା ମରାଠୀ ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ୮୨ ବର୍ଷ ବୟସରେ ଆଜି ଅପରାହ୍ନରେ ପୁଣେଠାରେ ନିଧନ ହୋଇଛି। ନଭେମ୍ବର ୫ରୁ ସେ ପୁଣେର ପଣ୍ଡି ଦିନାନାଥ ମଙ୍ଗେସ୍କର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଶରୀରର ଅର୍ଦ୍ଧେକ ଅଙ୍ଗପ୍ରତ୍ୟଙ୍ଗ କାମ କରୁ ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଡାକ୍ତରଙ୍କ ଅଦମ୍ୟ ଉଦ୍ୟମ ମଧ୍ୟ ଶେଷରେ ହାର ମାନିଛି। ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡ ଏବଂ ମରାଠୀ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି। ଏହାସହ ବି ତାଙ୍କ ପ୍ରଶଂସକମାନେ ମଧ୍ୟ ଅଶ୍ରୁଳ ନୟନରେ ବିଦାୟ ଦେଇଛନ୍ତି।
Download Argus News App
