ସୂଚନା ଅନୁସାରେ, ୧୫ଟି, ଦିଲ୍ଲୀରୁ ୧୨ ଏବଂ ବେଙ୍ଗାଲୁରୁରୁ ୧୧ଟି ବିମାନ ବାତିଲ ହୋଇଛି । ତେବେ ଭିସ୍ତାରା ଏୟାରଲାଇନ୍ସରର ଏପରି ସମସ୍ୟା ନେଇ ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ କ୍ରୁ ମେମ୍ବରଙ୍କ ସଂଖ୍ୟା କମ୍ ଥିବା କାରଣରୁ ଭିସ୍ତାରା ଏୟାରଲାଇନ୍ସ ବିମାନ ବାତିଲ ଏବଂ ଉଡ଼ାଣ ବିଳମ୍ବ ହେଉଛି । ଆମର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ଆମେ ସ୍ୱୀକାର କରୁଛୁ, ଏଥିପାଇଁ ଆମେ ଚିନ୍ତିତ । ଯେଉଁମାନେ ଟିକେଟ୍ କରିଥିଲେ ସେମାନଙ୍କୁ ରିଫଣ୍ଡ ହୋଇଯିବ ବୋଲି ଭିସ୍ତାରା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଅନ୍ୟପଟେ ବିମାନ ଉଡ଼ାଣ ବାତିଲ ଏବଂ ପ୍ରମୁଖ ବିଳମ୍ବ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସ୍ତାରା ଏୟାରଲାଇନ୍ସ ନିକଟରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ନୂତନ ବ୍ୟବସ୍ଥା ଅନୁଯାୟୀ ଭିସ୍ତାରା ପାଇଲଟମାନେ ୪୦ ଘଣ୍ଟା ଉଡ଼ାଣ ପାଇଁ ଏକ ନିର୍ଦ୍ଦିଷ୍ଟ ଦରମା ପାଇବେ । ଆହୁରି ମଧ୍ୟ, ଅତିରିକ୍ତ ଘଣ୍ଟା ଉଡ଼ାଣ ପାଇଁ ସେମାନଙ୍କୁ ପୃଥକ ଭାବରେ ପ୍ରଦାନ କରାଯିବ । ସମ୍ପ୍ରତି, ଭିସ୍ତାରା ପାଇଲଟମାନଙ୍କୁ ପ୍ରତି ବିମାନରେ ୭୦ ଘଣ୍ଟା ଉଡାଣ ପାଇଁ ଦରମା ପ୍ରଦାନ କରାଯାଏ ।