ମୁମ୍ବାଇ: ବାତ୍ୟା ‘ନିସର୍ଗ’ ମହାରାଷ୍ଟ୍ରର ଆଲିବାଗରେ ଲ୍ୟାଣ୍ଡଫଲ୍ କରିବା ପରେ ପାଣିପାଗ ବଦଳି ଯାଇଛି । ବୁଧବାର ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଘେରି ରହିଛି । ଏହାସହ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ବ୍ୟତୀତ ପଞ୍ଜାବ, ରାଜସ୍ଥାନ, ହରିୟାଣାରେ ଆସନ୍ତା 2 ରୁ 3 ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବୁଧବାର ଦିନ ମହାରାଷ୍ଟ୍ର, ଗୁଜୁରାଟ ଏବଂ ଗୋଆରେ ପ୍ରବଳ ବର୍ଷା ହୋଇଥିଲା। ଏଥିସହିତ ରାଜସ୍ଥାନ, ଉତ୍ତରପ୍ରଦେଶ ସମେତ ଅନେକ ସମତଳ ରାଜ୍ୟରେ ହାଲୁକା ରୁ ମଧ୍ୟମ ବର୍ଷା ରେକର୍ଡ କରାଯାଇଥିଲା । ଏହି ସମୟରେ ବୁଧବାର ଶିମଲାରେ ତୁଷାରପାତ ଦେଖାଯାଇଥିଲା । ଆଗାମୀ 2 ରୁ 3 ଦିନ ପାଇଁ ଏଠାରେ ପାଣିପାଗ ସମାନ ରହିବ । ଏହା ବ୍ୟତୀତ ହିମାଚଳ ଏବଂ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ମଧ୍ୟପ୍ରଦେଶର ଭୋପାଳରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଅନୁଯାୟୀ ମଧ୍ୟପ୍ରଦେଶରେ ବର୍ଷା ପ୍ରକ୍ରିୟା ଜୁନ୍ 7 ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀରେ ସର୍ବାଧିକ ତାପମାତ୍ରା 0 ଡିଗ୍ରୀ ସେଲସିୟସ ତଳେ ରହିଥିଲା ।
ସେହିପରି ଗୁଜୁରାଟରେ ବନ୍ୟା ପରିସ୍ଥିତି ଉପୁଜିଛି । ଗୁଜୁରାଟର ଗୋଲପାରା, ନାଗାଓଁ, ହୋଜାଇ ଏବଂ କାଚର ଜିଲ୍ଲାର 1.45 ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବନ୍ୟା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଗୋଲପାରା ଜିଲ୍ଲା ଯେଉଁଠାରେ 1.16 ଲକ୍ଷ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ପରେ ହୋଜାଇରେ 22,500 ରୁ ଅଧିକ ଏବଂ ନାଗାଓନରେ 5,650 ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମଙ୍ଗଳବାର ପର୍ଯ୍ୟନ୍ତ ଏହି ତିନୋଟି ଜିଲ୍ଲାରେ ପ୍ରାୟ 1.56 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ASDMA କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଗୋଲପାରା ଠାରେ ବର୍ତ୍ତମାନ 212 ଟି ଗାଁ ଜଳବନ୍ଦୀ ହୋଇ ରହିଛି ଏବଂ 22,718 ହେକ୍ଟର ଫସଲ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି ।
