ଅଧିକ ପଢନ୍ତୁ : ଉର୍ବସୀଙ୍କ ୭୦ ଲକ୍ଷର ବ୍ରେସ୍ଲେଟ୍
ଏକ ଗଣମାଧ୍ୟମରେ ତାଙ୍କୁ ରିଷଭଙ୍କ କଥା ପଚାରିବା ମାତ୍ରେ ସେ ରିଷଭଙ୍କ ଉପରେ କିଛି ବି ଟିପ୍ପଣୀ ଦେଇନଥିଲେ । ସେ କହିଥିଲେ ,’ଆପଣଙ୍କୁ କେବଳ ଟିଆରପି ଦରକାର । ଯେଉଁଟା ମୁଁ କେବେ ବି ହେବାକୁ ଦେବିନି ।‘ ଏତିକି କହିବା ସହ ସେ ହାତ ଯୋଡି ସେଠାରୁ ଚାଲି ଯାଇଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଲାଗି ରହିଛି । କିଛି ୟୁଜର୍ସ ଏହି ଭିଡିଓରେ କମେଣ୍ଟ ଦେଇ ଲେଖିଛନ୍ତି, ଉର୍ବସୀ ଏବେ ସୁଧୁରି ଯାଇଛନ୍ତି । ସେହିପରି ଆଉ କିଛିଜଣ ଲେଖିଛନ୍ତି, ସେ ଆରପି(ରିଷଭ ପନ୍ତ) କହିବା ପାଇଁ ଟିଆରପି ଅଧିକ ଥର କହିଛନ୍ତି ।