
ଅର୍ଗସ ବ୍ୟୁରୋ: ଗର୍ଭବତୀ ହାତୀର ହତ୍ୟାକାରୀଙ୍କର ଯିଏ ସୂଚନା ଦେବ ତାଙ୍କୁ ଏସଓଏସ ତରଫରୁ 1 ଲକ୍ଷ ଟଙ୍କା ଦିଆଯିବ । ବନ୍ୟ ଜନ୍ତୁଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ୍ୱାଇଲ୍ଡଲାଇଫ ଏସଓଏସ୍ ତରଫରୁ ମଲ୍ଳପୁରମରେ ହାତୀର ହତ୍ୟା ଘଟଣାରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନି ତାଙ୍କ ସୂଚନା ଦେଲେ 1 ଲକ୍ଷ ଟଙ୍କା ମଳିବ । ଜଙ୍ଗଲୀ ପଶୁ ମାନଙ୍କୁ ଘଉଡାଇବା ପାଇଁ ଫଳରେ ବିସ୍ଫୋଟକ ରଖିବା ଘଟଣାକୁ ସଂସ୍ଥା ଦ୍ୱାରା ତିବ୍ର ବିରୋଧ କରାଯାଇଛି ।
ଫଳ ମଧ୍ୟରେ ବିସ୍ଫୋଟକ ରଖିବାର ବିସ୍ଫୋଟକ ବନାଉଥିବା ଅବୈଧ ଫ୍ୟାକ୍ଟ୍ରି ବିରୋଧରେ ସ୍ୱର ଉଠାଇଛି ଓ୍ୱାଲ୍ଡଲାଇଫ୍ ଏସଓଏସ । ଏହି ବିସ୍ଫୋଟକ ପଶୁମାନଙ୍କ ମୁହଁରେ ପ୍ରବେଶ କରିବା ମାତ୍ରେ ଫୁଟିଥାଏ । ଯାହାଦ୍ୱାରା ମୃତ୍ୟୁ ମୁଖରେ ପଡିଥାନ୍ତି ନିରିହ ପଶୁ । ଏସଓଏସ ର ଦାବି ଯେ ଏପରି ଅପରାଧ ଉପରେ ରୋକ୍ ଲଗାଯାଉ ।
