ଗତଥର ରାଜ୍ୟର 21ଟି ଯାକ ଲୋକସଭା ଆସନ ଜିତିବାକୁ ନାରା ଦେଇ ମାତ୍ର 12ଟି ଜିତିପାରିଥିଲା ବିଜୁ ଜନତା ଦଳ। 2019ରେ ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ଥିଲା ମାତ୍ର 10 ଲକ୍ଷର ଭୋଟ୍ ବ୍ୟବଧାନ । ଗତ 5 ବର୍ଷ ଭିତରେ ରାଜ୍ୟରେ ଢେର ବଦଳିଛି ରାଜନୈତିକ ପାଣିପାଗ। 25 ବର୍ଷର ସରକାର ବିରୋଧରେ ଖୁବ୍ ବିଢ଼ିଛି ସରକାର ବିରୋଧୀ ହାୱା । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଲଗାତାର ବଢୁଥିବାବେଳେ କମୁଛି ନବୀନଙ୍କ ଲୋକପ୍ରିୟତା। ଗତ ଅଢ଼େଇ ବର୍ଷରେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା 25% କମିଛି ବୋଲି ଦର୍ଶାଇଥିଲା ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ । ଆକଳନ କରାଯାଉଛି ଏହାର ପ୍ରଭାବ ଲୋକସଭା ସହ ବିଧାନସଭା ଫଳକୁ ମଧ୍ୟ ପ୍ରଭାବିତ କରିବ। ଯାହାକୁ ନେଇ ବ୍ୟାକ୍ ଫୁଟରେ ବିଜେଡି।
ସପ୍ତାହକ ତଳେ ବିଶିଷ୍ଟ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର କହିଛନ୍ତି, ଓଡିଶାର ଲୋକସଭା ଲଢେଇରେ ବିଜେପି ହେବ ନମ୍ବର 1 ଦଳ। ପୂର୍ବରୁ 1 କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ 54.90 ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରିଥିବା ବେଳେ ବିଜେଡିର ଭୋଟ ହାର 19.35 ରହିପାରେ ବୋଲି ଆକଳନ କରିଥିଲା । ଓପିନିୟନ ପୋଲ ଅନୁସାରେ ବିଜେପିକୁ 20 ଓ ବିଜେଡିକୁ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା । ଏବିପି ସି- ଭୋଟରର ସର୍ଭେ କହୁଛି ଦେଶର ପୂର୍ବାଂଚଳ ରାଜ୍ୟମାନଙ୍କ ଭିତରେ ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି। ସିଧାସଳଖ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟ ହେଲେ ଓଡ଼ିଶାର 75 ପ୍ରତିଶତ ଲୋକ ମୋଦିଙ୍କୁ ଭୋଟ ଦେବେ ବୋଲି ସର୍ଭେରେ ଉଲ୍ଲେଖ ଥିଲା । ଏ ତମାମ ସର୍ଭେ ରିପୋର୍ଟକୁ ଦେଖିଲେ କୁହାଯାଇପାରିବ କି ଏଥର ଓଡ଼ିଶାରୁ ବିଜେଡିକୁ ଧୋଇ ଦେବ ମୋଦି ସୁନାମି ?
ଅଧିକ ପଢ଼ନ୍ତୁ ଦେଶ ଖବର: