ଜାନୁଆରୀ ୨ ତାରିଖ। ଏୟାର ଇଣ୍ଡିଆ ବିମାନରେ ଏହି ଦୃଶ୍ୟ ଆପଣଙ୍କୁ ହୃଦୟକୁ ପ୍ରେମର ଫଲଗୁରେ ଗାର୍ଡେନ ଗାର୍ଡେନ୍ କରିପାରେ। ହୁଏତ ଏ ଦୃଶ୍ୟ ଦେଖିଲା ପରେ ଆପଣ ବି କାହାକୁ ପ୍ରପୋଜ କରିବାକୁ ଆଗ୍ରହ ପ୍ରକାଶ କରିପାରନ୍ତି।
ଛାଡନ୍ତୁ, ଗୌରଚନ୍ଦ୍ରିକା ଆଉ ଶୁଣନ୍ତୁ ଦୃଶ୍ୟ ପଛର କଥା। ଲଭ୍ ଇନ୍ ଏୟାର । ମଝି ଆକାଶରେ ପ୍ରପୋଜ୍ କରୁଛନ୍ତି ଏହି ବ୍ୟକ୍ତି ଜଣକ। ବିମାନ ଭିତରେ ଆଣ୍ଠୁ ମାଡ଼ି ପ୍ରେମ ନିବେଦନ କରୁଛନ୍ତି ନିଜ ପ୍ରେୟସିକୁ। ବିବାହ ପାଇଁ ଫ୍ଲାଇଟ୍ ଭିତରେ ଏମିତି ନିଆରା ଢଙ୍ଗରେ ପ୍ରପୋଜ୍ ଭିଡିଓ ଏବେ ଭାଇରାଲ ହେଉଛି।
ଲଣ୍ଡନରୁ ଭାୟା ହାଇଦ୍ରାବାଦ ଦେଇ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନ ଭିତରେ ଏହି ଘଟଣା ଘଟିଛି । ବିମାନରେ ଥିଲେ ଦୁଇ ଲଭ୍ ବର୍ଡ । ଯୁବତୀ ନିଜ ସିଟରେ ବସିଥିବା ବେଳେ ସେଠାରେ ପହଞ୍ଚିଥିଲେ ପ୍ରେମିକ । ହାତରେ ଥିଲା ଏକ ପିଙ୍କ୍ ବ୍ୟାନର। ଯଉଁଥିରେ ଲେଖାଥିଲା ମୁଁ ତୁମ ସହ ସବୁବେଳେ ଚାଲିପାରିବି । ତୁମେ ମୋ ସହ ଚାଲିବାକୁ ପସନ୍ଦ କର କି ? ଏହାପରେ ଯୁବତୀ ଜଣକ ତାଙ୍କୁ ‘Yes’ କହିଥିଲେ।
ତାଳିରେ ଫାଟି ପଡିଥିଲା ପୁରା ବିମାନ। ପରେ ଆଣ୍ଠୁ ମାଡି ଯୁବତୀଙ୍କୁ ପ୍ରପୋଜ କରିବା ସହ ମୁଦି ପିନ୍ଧାଇ ଥିଲେ । ବିବାହ କରିବାକୁ ହାତ ମାଗିଥିଲେ ଯୁବକ । ପ୍ରପୋଜକୁ ଗ୍ରହଣ କରିବା ସହ ଯୁବକଙ୍କୁ ଆଲିଙ୍ଗନ କରିଥିଲେ ପ୍ରେମିକା । ବିମାନର କ୍ର୍ୟୁ ମେମ୍ବର ଓ ପାସେଞ୍ଜର ସେମାନଙ୍କୁ ଚିଅର ଅପ୍ କରିଥିଲେ । ପରିବେଶ ପୂରା ରୋମାଣ୍ଟିକ୍ ହୋଇଯାଇଥିଲା।
ଭାରତ ଖବର ଆହୁରି ପଢ଼ନ୍ତୁ ।