ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । କିନ୍ତୁ କୁହୁଡ଼ି ପାଇଁ ପାଗ ଉପଯୋଗୀ ରହୁଥିବାରୁ ଆଗାମୀ 24 ଘଣ୍ଟାରେ ଉପକୂଳବର୍ତ୍ତୀ ଓଡ଼ିଶା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବାର ସମ୍ଭାବନା ରହିଛି । 8 ତାରିଖ ସକାଳୁ କଟକ, ଜଗତସିଂହପୁର, ସୋନପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ, ଶୀତ ଜାରି ରହିବ ।
କୁହୁଡ଼ିର ଚାଦରରେ ଆଚ୍ଛାଦିତ ହେଉଛି ରାଜ୍ୟ

ଅର୍ଗସ ବ୍ୟୁରୋ : କୁହୁଡ଼ିର ଚାଦରରେ ଆଚ୍ଛାଦିତ ହେଉଛି ରାଜ୍ୟ । ଆଗକୁ କିଛି ଦିନ ବି ଏହିଭଳି ଭାବେ କୁହୁଡ଼ିର ଆସ୍ତରଣ ପଡ଼ିବ । 8ଟି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହି ଜିଲ୍ଲାଗୁଡ଼ିକ ହେଲା- ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ପୁରୀ, ଅନୁଗୁଳ ଓ ଢେଙ୍କାନାଳ । ଏଥିସହ ରାଜ୍ୟର ବାକି କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ବି ପଡ଼ିବ ବୋଲି ବିଭାଗ ସୂଚନା ଦେଇଛି ।
Download Argus News App
