ଭୁବନେଶ୍ୱର: ଆଜି ସଟ ଡାଉନ ସରୁଛି,ପୁଣି ଲକ ଡାଉନ ଆରମ୍ଭ ହେବ । କାଲିଠାରୁ ସମସ୍ତ ଦୋକାନ ଖୋଲିବ । ଆଜି ରାତି 8ଟା ପରେ ରିଟେଲର ହୋଲସେଲରମାନଙ୍କ ଠାରୁ ଜିନିଷ କ୍ରୟ କରି ରଖିବେ । ଆସନ୍ତା କାଲି ସକଳ 7 ଟା ରୁ ଗ୍ରାହକ ମାନଙ୍କ ପାଇଁ ଦୋକାନ ଖୋଲିବେ ଓ ସମସ୍ତ ଜିନିଷ ଉପଲବ୍ଧ କରାଇବେ । ଏଥିସହ ଗ୍ରାହକ ମାନଙ୍କ ସୁବିଧା ପାଇଁ କିଛି ଆଡ଼ିସିନାଲ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ଆଲୋଚନା କରିଛୁ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ।
ଏହାସହ ସେ ଆହୁରି କହିଛନ୍ତି ବସ ଷ୍ଟପେଜ, ମୁନିସିପାଲିଟିର କିଛି ଅଞ୍ଚଳ ଇତ୍ୟାଦିରେ ଏହି କାଉଣ୍ଟର ଖୋଲିବା ନେଇ ଆଲୋଚନା କରାଯାଇଛି । ଏନେଇ ସରକାର ଅନୁମତି ଦେଲେ ଏହି କାଉଣ୍ଟର ଗୁଡିକ ଖୋଲିବୁ । ଯେଉଁଥିରେ ଲୋକମାନେ ଜିନିଷ କ୍ରୟ କରିବାରେ ସୁବିଧା ପାଇବେ । ଲୋକମାନେ ଭୟଭୀତ ହେବାର କାରଣ ନାହିଁ । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମହଜୁଦ ଅଛି । ଯଦି କୌଣସି ସ୍ଥାନରୁ କିଛି ବି ଖାଦ୍ୟ ସାମଗ୍ରୀ ନ ଆସେ ତେବେବି ଆମ ପାଖରେ 20 ଦିନ ଯାଏଁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଶ୍ରୀଯୁକ୍ତ ପଣ୍ଡା ।
ଅନ୍ୟପଟେ ପୋଲିସ କମିଶନର ସଟ୍ ଡାଉନ ସଫଳ ହୋଇଥିବା ନେଇ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି । ସଟ ଡାଉନ୍ ସରିବା ପରେ ବଜାରରେ ଗହଳି କରନ୍ତୁ ନାହିଁ ବୋଲି ଲୋକଙ୍କୁ ଅପିଲ କରିବା ସହ ସୋସିଆଲ ଡିଷ୍ଟାନ୍ସିଂ ବଜାୟ ରଖିବାକୁ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଏହାସହ ସେ ଆହୁରି କହିଛନ୍ତି, କାଲି ସକାଳୁ ଦୋକାନଗୁଡ଼ିକ ଖୋଲିବ । ତେଣୁ ରାତି ୮ଟା ପରେ ଲୋକମାନେ ବାହାରକୁ ଯାଇ ଭିଡ ଜମାନ୍ତୁ ନାହିଁ । କାଲି ଲୋକମାନେ ଯେତେବେଳେ ଦୋକାନକୁ ଯିବେ, ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ । ଲୋକେ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି, ମାସ୍କ ପିନ୍ଧନ୍ତୁ । ବାହାରୁ ଘରକୁ ଫେରିଲେ ମାସ୍କକୁ ସଫା କରନ୍ତୁ । ସାମାଜିକ ଦୁରତ୍ୱ ରକ୍ଷା ପାଇଁ ଜନସାଧାରଣ ପୋଲିସକୁ ସହଯୋଗ କରନ୍ତୁ ବୋଲି ପୋଲିସ କମିଶନର ଅପିଲ କରିଛନ୍ତି ।
ଅର୍ଗସ ବ୍ୟୁରୋ: ବହୁ ଦିନର ଅପେକ୍ଷା ପରେ ଦିନିକିଆ ବିଶ୍ବକପ୍ ଗୁରୁବାରଠୁ ଅହମଦାବାଦରେ ଆରମ୍ଭ ହେବାକୁ ଯାଉଛି। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କିନ୍ତୁ ମ୍ୟାଚ୍ ପୂର୍ବରୁ କୌଣସି ଉଦ୍ଘାଟନୀ ସମାରୋହ କରାଯିବ ନାହିଁ। ଅବଶ୍ୟ ଏ ସଂକ୍ରାନ୍ତରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, ତଥାପି ଜଣେ ବରିଷ୍ଠ ଅଧିକାରୀଙ୍କଠୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟା ୭ଟାରୁ ଅଳ୍ପ କିଛି କାର୍ଯ୍ୟକ୍ରମ କରାଯିବ।
ପ୍ରଥମେ ସବୁ ଦଳର ଅଧିନାୟକଙ୍କୁ ଏକାଠି କରାଯାଇ କାର୍ଯ୍ୟକ୍ରମର ଆରମ୍ଭ ହେବ। ଏହା ପରେ ସ୍ପଳ୍ପ ସମୟର ପାରମ୍ପରିକ ନୃତ୍ୟ ପରିବେଷଣ ହେବ। ଶେଷରେ ସବୁଠୁ ଆକର୍ଷଣୀୟ ଲେଜର ଲାଇଟ୍ ସୋ’ ଓ ବାଣଫୁଟା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ, ବଲିଉଡ୍ ତାରକା ରଣବୀର ସିଂହ, ତମନ୍ନା ଭାଟିଆ, କଣ୍ଠଶିଳ୍ପୀ ଅରିଜିତ ସିଂହ, ଶ୍ରେୟା ଘୋଷାଲ, ଆଶା ଭୋସଲେ, ଶଙ୍କର ମହାଦେବନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥାନ୍ତା। ହେଲେ ବିସିସିଆଇ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରୁଥିବା ଉକ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ବଲିଉଡ୍ ନାଇଟ୍ ହେବ କି ନାହିଁ ସେ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭଦ୍ରକ : ସ୍କୁଲରେ ଥିବା ସୂଚନା ଫଳକ ପଡ଼ି ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ମୃତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗଢିଆଳୀ ପଞ୍ଚାୟତ ଉଚ୍ଚପଦା ଗ୍ରାମର ଥିବା ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରଥମ ଶ୍ରେଣୀର ଛାତ୍ର ମୃତ. ମୃତକ ଜଣକ ହେଉଛନ୍ତି ଏହି ଗ୍ରାମର ସୌଭାଗ୍ୟ ନାୟକଙ୍କ ୬ ବର୍ଷ ର ପୁଅ ଅସିତ୍ ନାୟକ। ସୂଚନା ଅନୁଯାୟୀ ସ୍କୁଲ ରେ ଥିବା ଏକ ସୂଚନା ଫଳକ ପଡ଼ି ମୃତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ : ଅଜଣା ଗାଡି ଧକ୍କାରେ ୨ ମୃତ
ତେବେ ଛାତ୍ର ଜଣଙ୍କୁ ପ୍ରଥମେ ଅସୁରାଳି ରେ ଥିବା ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇଥିବା ବେଳେ ଅତି ଗୁରୁତର ଥିବା ରୁ ଛାତ୍ର ଜଣକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ ହୋଇ ଥିବା ସୂଚନା ଅନୁଯାୟୀ ଜଣାପଡିଛି ପଡ଼ିଛି।