ଆସନ୍ତା ୧ ତାରିଖରେ ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୨ରେ ସୁନାବେଶ, ଜୁଲାଇ ୩ରେ ରଥ ଉପରେ ଅଧରନୀତି, ଜୁଲାଇ ୪ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ପୁରୀ: ଆସନ୍ତାକାଲି ବାହୁଡା ଯାତ୍ରା । ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ । ଜନ୍ମବେଦୀରୁ ଲୀଳାଖେଳ ସାରି ଶ୍ରୀମନ୍ଦିର ଫେରିଯିବେ ମହାପ୍ରଭୁ । ଆଜି ସଂଧ୍ୟା ସୁଦ୍ଧା ଚାରମାଳ ବନ୍ଦା ହୋଇ ସେନାପେଟା ଲାଗି କରାଯିବ । ତେବେ ଚଳିତ ବର୍ଷ ନବମୀ ସଂଧ୍ୟା ଦର୍ଶନ ବନ୍ଦ ରହିବ । ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୧୦ଟାରୁ ଦୁଇ ତାରିଖ ରାତି ୧୦ଟା ଯାଏଁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଜାରି ହେବ । କେବଳ ଜରୁରୀକାଳୀନ ସେବାକୁ ବାଦ ଦେଲେ ଆଉ କାହାରିକୁ ଛଡ଼ାଯିବ ନାହିଁ । ବଡ଼ଦାଣ୍ଡରେ କୌଣସି ଗାଡି ଗଡ଼ିବ ନାହିଁ । ସହରର ସମସ୍ତ ପ୍ରବେଶ ପଥ ସିଲ ହେବ । ସହର ବାସିନ୍ଦା ନିଜ ପରିବାରକୁ ବାଦ ଦେଲେ ଛାତ ବା କୋଠା ଉପରେ କାହାରିକୁ ବସେଇ ପାରିବେ ନାହିଁ । କୋଭିଡ-୧୯ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତି ହିଁ ବାହୁଡା ଯାତ୍ରାରେ ସାମିଲ ହେବେ । ପୁରୀରେ ସେରୋଲୋଜିକାଲ ପରୀକ୍ଷା କରାଯାଇଥିବାବେଳେ ଆଜି ବଳକା ସେବାୟତଙ୍କ କୋଭିଡ ୧୯ ପରୀକ୍ଷା କରାଯିବ ।
