ମାଲକାନଗିରିରେ ମହିଳାଙ୍କୁ ନିର୍ଯ୍ୟାତନା ଦେଇ ମାରିଦିଆଗଲା କିନ୍ତୁ ଏପର୍ଯ୍ୟନ୍ତ ଏସସି ଏସଟି ଆକ୍ଟରେ ମାମଲା ଋଜୁ କରାଗଲା ନାହିଁ । ବୀରମିତ୍ରପୁରରେ ମଧ୍ୟ ସମାନ ଘଟଣା । ୧୩ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିଛି । ସେଠାରେ ମଧ୍ୟ ମାମଲା କରାଗଲା ନାହିଁ । ବିଜେପିର ପ୍ରତିନିଧି ଦଳକୁ ମାତ୍ର ୫ ମିନିଟ ଦିଆଗଲା ସେ ଝିଅ ସହ କଥା ହେବାକୁ । ଏହି ଦୁଇ ଘଟଣାରେ ଶେଷ ଅପରାଧୀ ଦଣ୍ଡିତ ନହେବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ବିରୋଧ ଜାରି ରଖିବ । ଗତ କାଲି ବିଜେପିର ପ୍ରତିନିଧି ଦଳ ପୋଲିସ ଡ଼ିଜିଙ୍କୁ ଭେଟି ଜଣାଇଛି ।
ବିଜେପି ଦାବି କରିଛି ଯେ, ଦୁଇଟି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହାକୁ ଅନୁସନ୍ଧାନ କରନ୍ତୁ । ଏସସି ଏସଟି ଆଇନରେ ମାମଲା ହେଉ । ବିଜେପିର ଦୁଇଟି ପ୍ରତିନିଧି ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବ । ଆବଶ୍ୟକତା ପଡ଼ିଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବୁ । କରୋନା ସ୍ଥିତିକୁ ଦେଖି ଆମେ ଅଭିଯୋଗ କରୁନଥିଲୁ ଓ ଆଶା ଥିଲା ରାଜ୍ୟ ସରକାର ତାଙ୍କ ଦାୟିତ୍ଵ ପାଳନ କରିବେ । କିନ୍ତୁ ଲାଗୁଛି ରାଜ୍ୟ ସରକାର ଘଟଣାକୁ ଚପେଇବାକୁ ଚେଷ୍ଟା କରୁଛନ୍ତି । ମାନବାଧିକାର କମିଶନଙ୍କୁ ଜଣାଇଥିଲୁ, ଏସଟି କମିଶନକୁ ମଧ୍ୟ ଯିବୁ । ଏସସି ଏସଟି ଆକ୍ଟ ଅନୁସାରେ 60 ଦିନ ଭିତରେ ଚାର୍ଜସିଟ ଫାଇଲ ହେବା କଥା, ପିଡ଼ୀତାଙ୍କ ପରିବାରକୁ କ୍ଷତିପୂରଣ ଵି ଦେବା କଥା, ଯଦି ୬୦ଦିନ ଭିତରେ ଦୋଷୀକୁ ଦଣ୍ଡ ଦିଆନଗଲା ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛୁ କିନ୍ତୁ ଦୋଷୀ ଦଣ୍ଡ ପାଇବା ଦରକାର ।