ତେବେ ଏନେଇ ଅବକାରୀ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି ଆସିଛି ନୂଆ ଦର । ନୂଆ ଦର ସମ୍ପର୍କରେ ଆପଣମାନେ ଅବକାରୀ ବିଭାଗର ୱେବସାଇଟ୍ osbc.co.in ରେ ଜାଣିପାରିବେ ।
ସୂଚନାଯୋଗ୍ୟ, ଗତକାଲି ମଦ ଉପରୁ ଅତିରିକ୍ତ ଟିକସ୍ ହ୍ରାସ କରିଥିଲେ ରାଜ୍ୟ ସରକାର । ଅତିରିକ୍ତ କୋଭିଡ ଶୁଳ୍କ 35 ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ପୂର୍ବରୁ 50 ପ୍ରତିଶତ ଟିକସ୍ ଲାଗୁଥିବା ବେଳେ ଏବେ କେବଳ 15 ପ୍ରତିଶତ ଅତିରିକ୍ତ କୋଭିଡ ଶୁଳ୍କ ଦେବାକୁ ପଡ଼ିବ । ଏନେଇ ସୂଚନା ଦେଇଥିଲା ରାଜ୍ୟ ଅବକାରୀ ବିଭାଗ । ତେବେ ଆଜି ଅବକାରୀ ବିଭାଗ ୱେବସାଇଟ୍ରେ ମଦର ନୂଆ ପ୍ରାଇସ୍ ଚାର୍ଟ ଆସିଛି ।