ହରେକୃଷ୍ଣଙ୍କ ଦୁଇ ପୁଅ 2009ରେ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ଦୁଇ ପୁଅ ଯାହା କିଛି ରୋଜଗାର କରୁଥିଲେ ମାସ ଶେଷରେ ଘରକୁ ପଠାଉଥିଲେ। ଏଥିରେ ହରେକୃଷ୍ଣଙ୍କ ପରିବାର ଦୁଃଖେସୁଖେ ଚଳି ଯାଉଥିଲା। ଏପରିକି ହରେକୃଷ୍ଣ ଏବଂ ତାଙ୍କ ପତ୍ନୀ ଭାବିଥିଲେ ଯେ, ଦୁଇ ପୁଅଙ୍କ ରୋଜଗାରରେ ଖୁବ୍ ଶୀଘ୍ର ତାଙ୍କ ଅର୍ଥିକ ଅବସ୍ଥା ସ୍ଵଚ୍ଛଳ ହୋଇଯିବ। କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା। 2010ରେ ହରେକୃଷ୍ଣଙ୍କ ବଡ଼ପୁଅ ବେଙ୍ଗାଲୁରୁରୁ ଫେରିବା ପରେ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଲେ। ସ୍ମୃତି ଶକ୍ତି ହରେଇ ବସିଲେ। ଦୁର୍ଭାଗ୍ୟବଶତଃ ହରେକୃଷ୍ଣଙ୍କ ଦ୍ଵିତୀୟ ସନ୍ତାନ ମଧ୍ୟ ଏହି ସମାନ ରୋଗରେ ପୀଡିତ ଥିଲେ।
ଅର୍ଥାଭାବ କାରଣରୁ ଗତ 10 ବର୍ଷ ହେବ ହରେକୃଷ୍ଣ ଦୁଇ ପୁଅଙ୍କ ଚିକିତ୍ସା କରାଇ ପାରିଲେ ନାହିଁ। ସେମାନଙ୍କ ଦୁଃସ୍ଥିତି ଏଭଳି ବଢିଗଲା ଯେ, ହରେକୃଷ୍ଣଙ୍କ ଚାରିପ୍ରାଣୀ କୁଟୁମ୍ବ ଗୋଟିଏ ବେଳା ଖାଇଲେ ଗୋଟିଏ ବେଳା ଉପାସ ରହୁଛନ୍ତି। ଏଭଳି ସ୍ଥିତିରେ ସରକାର ତାଙ୍କୁ ସହାୟତା ଯୋଗାଇ ଦେବାକୁ ହରେକୃଷ୍ଣ ଆକୁଳ ନିବେଦନ କରିଛନ୍ତି। ସେପଟେ ହରେକୃଷ୍ଣଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କ ଦୁଇ ପୁଅଙ୍କ ଚିକିତ୍ସା କରାଇବାକୁ ବୁଦ୍ଧିଜୀବିଙ୍କ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।