ରାଜ୍ୟରେ ମୋଟ୍ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ। ମହାମାରୀ କୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାରେ କୋହଳ କରଯାଇଛି।
ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଦୀର୍ଘ ୨ ବର୍ଷ ପରେ ଅଫଲାଇନ୍ ଦ୍ୱାଦଶ ପରୀକ୍ଷା ହେବାକୁ ଯାଉଛି।
ଭୁବନେଶ୍ୱର: ଏପ୍ରିଲ ୨୮ରୁ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା। ଖରାକୁ ଦେଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି। ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ କରାଯିବ।
ରାଜ୍ୟରେ ମୋଟ୍ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ। ମହାମାରୀ କୁ ଦୃଷ୍ଟିରେ ରଖି ପରୀକ୍ଷା ବ୍ୟବସ୍ଥାରେ କୋହଳ କରଯାଇଛି।
ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଦୀର୍ଘ ୨ ବର୍ଷ ପରେ ଅଫଲାଇନ୍ ଦ୍ୱାଦଶ ପରୀକ୍ଷା ହେବାକୁ ଯାଉଛି।
ଅର୍ଗସ ବ୍ୟୁରୋ : ଜନଜାତି କ୍ରୀଡ଼ାବିତଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାରେ ‘ଜନଜାତି ଖେଳ ମହୋତ୍ସବ’ ଅନ୍ୟ ଏକ ମାଧ୍ୟମ ହେବ ବୋଲି ଶୁକ୍ରବାର ଭୁବନେଶ୍ୱର ଠାରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : 'ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତୀୟ ଖେଳ ପରମ୍ପରା ଏବଂ ଜନଜାତି ଯୁବକଙ୍କ ମଧ୍ୟରେ ଖେଳକୁ ଆଗକୁ ନେବା ପାଇଁ ଏହି ଉଦ୍ୟମ ପ୍ରଶଂସନୀୟ । ଜନଜାତୀୟ ଖେଳ ମହୋତ୍ସବରେ ସବୁ ରାଜ୍ୟରୁ ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବା ଏକ- ଭାରତ ଶ୍ରେଷ୍ଠ ଭାରତର ପରିକଳ୍ପନାକୁ ଦର୍ଶାଉଛି । ଏଥିରେ ଅଂଶଗ୍ରହଣ କରୁଥିବା ଯୁବ ଶକ୍ତି କେବଳ ଖେଳାଳି ନୁହେଁ ବରଂ ସାଂସ୍କୃତିକ ଆମ୍ବାସେଡର ମଧ୍ୟ । ଓଡ଼ିଶାରେ ଜନଜାତି ସମାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁତ ଗଭୀର ସମ୍ପର୍କ ରହିଛି । ଆମର ଜନଜାତୀୟ ସମାଜ ଖେଳରେ ଅଭୂତପୂର୍ବ ପ୍ରଦର୍ଶନ ଦଖାଇବା ସହ ସବୁବେଳେ ଦେଶକୁ ଗୌରବାନ୍ୱିତ କରିଛନ୍ତି ।
ରାଷ୍ଟ୍ରୀୟ ଶିକ୍ଷା ନୀତି ଉଭୟ ଖେଳ ଏବଂ ପାଠପଢାକୁ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ କାରଣରୁ ହିଁ ଆଜି ଦେଶରେ ‘ଖେଲୋଗେ ତୋ ଖିଲୋଗେ’ ଭଳି ମାହୋଲ ତିଆରି ହୋଇଛି । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଖେଳର ବହୁତ ବଡ ଆବଶ୍ୟକତା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଖେଳ ଓ କୌଶଳ ବିକାଶକୁ ଆଗେଇ ନେବା ଏବଂ ପାଠପଢା ସହ ରୋଜଗାର କରିବା ପାଇଁ ଅନେକ ନୀତି ତିଆରି ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।