ଗିରଫ ଅଭିଯୁକ୍ତ ସଦର ଥାନା କଣ୍ଠପୁରର ସନାତନ ପ୍ରଧାନ, ଅଶୋକ ପ୍ରଧାନ, ରେବତୀରମଣର କାହୁଁ ଭୋଇ, ୬ ଟି ମାମଲାରେ ସଂପୃକ୍ତ ଥିବାବେଳେ ବାସେଳୀ ସାହି ଜଗନ୍ନାଥ ବସ୍ତିର ରାଜା ସ୍ୱାଇଁ, ପାର୍ବତୀପୁରର ଲକ୍ଷ୍ମୀଧର ଖଟେଇ, ୫ଟି ମାମଲାରେ ସଂପୃକ୍ତ ଥିବା ଲୋକନାଥ ରୋଡର ବୁଲା ଦାସ, ୧୧ଟି ମାମଲାରେ ସାମିଲ ଥିବା ହାତୀଶାଳର ସନ୍ତୁ ଓରଫ ସନ୍ତୋଷ ଦାସ, ଲୋକନାଥ ରୋଡର ଅବିନାଶ ନାୟକ, ନରେନ୍ଦ୍ରକୋଣ ହରିଜନ ବସ୍ତିର ରୂପକ ନାୟକ ଓ ସମୁଦ୍ରକୂଳ ସିଟି ରୋଡର ଜି.ରବି ରାଓ ପ୍ରମୁଖ ରହିଛନ୍ତି ।
ଗତକାଲି ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ ଧରିଥିଲା ପୁରୀ ପୋଲିସ । ସେମାନଙ୍କ ଠାରୁ ୪ ଟି ବନ୍ଧୁକ, ୪ ଟି ଗୁଳି, ୨ ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ ହୋଇଥିଲା ।