ଘର
ଓଡ଼ିଶା
ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ
ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ
by Smruti Parija
ମୟୂରଭଞ୍ଜ: ବେଆଇନ ଭାବେ ଚାଲିଥିଲା ବାଲି ଉତ୍ତୋଳନ । ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ । ଯାହା ଉପରେ ଆଜି ରୋକ୍ ଲଗାଇଛି ପ୍ରଶାସନ । ଆଜି ଉକ୍ତ ବାଲି ଖାଦାନ ଉପରେ ଜାରି ହୋଇଛି ୧୪୪ ଧାରା । ଉଦଳା ତହସିଲ ଅଧିନ ତେଲଦିହୁଡି ଠାରେ ପ୍ରବାହିତ ସୋନ ନଦୀର ତେଲଦିହୁଡି ଘାଟରେ ଚାଲିଥିଲା ବେଆଇନ ବାଲି ଖାଦାନ । ବିନା କୌଣସି ଅନୁମତିରେ ମାଫିଆମାନେ ସକ୍ରିୟ ହୋଇ ନଦୀରୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚୋରି କରୁଥିଲେ ।
ଯାହାକୁ ନେଇ ଉଦଳା ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ଆଜି ଉକ୍ତ ବାଲିଘାଟରେ ୧୪୪ ଧାରା ଜାରି କରିଛି ତହସିଲ ପ୍ରଶାସନ । ତହସିଲଦାର ସତ୍ୟଜିତ୍ ମହାନ୍ତି ପୋଲିସ୍ ପ୍ରଶାସନ ଉପସ୍ଥିତିରେ ଉକ୍ତ ବାଲିଘାଟରେ ୧୪୪ ଧାରା ଜାରି କରିଥିଲେ । ଉକ୍ତ ବାଲିଘାଟର ସୀମା ନିର୍ଦ୍ଧାରଣ କରିବା ସହିତ ନାଲି ପତାକା ପୋତିଛି ତହସିଲ ପ୍ରଶାସନ । ତା ସହ ଏହି ବାଲିଘାଟ ସରକାରଙ୍କ ସମ୍ପତ୍ତି । ଏହାକୁ ଲୁଟ୍ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଫଳକ ମଧ୍ୟ ଲଗାଯାଇଛି । ଅଚାନକ ଭାବେ ତହସିଲଦାରଙ୍କ ଏପରି ଆକ୍ସନ ଦେଖି ମାଫିଆମାନେ ଏବେ ପୁରା ଛାନିଆ ।
ଆହୁରି ପଢନ୍ତୁ ଓଡିଶା ଖବର...