ଉଭୟ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ ଓ ବାଉଁଶୁଣୀ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ 108 ଆମ୍ବୁଲାନ୍ସ୍ ଯୋଗେ ଉଭୟ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି |
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜାତୀୟ ରାଜପଥ ନଂ 57 ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ କାର୍ ସହିତ ବାଇକର ମୁହଁlମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ, ବାଉଁଶୁଣୀ ଥାନା ବହିରା ଗ୍ରାମର ନବଘନ ନାଏକ ଓ କନ୍ଠା ଗ୍ରାମର ତ୍ରୟମ୍ବକ ମେହେର ଏକ ବାଇକ ଯୋଗେ ମନମୁଣ୍ଡା ପଟରୁ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ କାର୍ ସହ ଗୁଦୁଗୁଦା ନିକଟରେ ମୁହଁlମୁହିଁ ଧକ୍କା ହୋଇଥିଲା |
ଉଭୟ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ ଓ ବାଉଁଶୁଣୀ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ 108 ଆମ୍ବୁଲାନ୍ସ୍ ଯୋଗେ ଉଭୟ ଗୁରୁତରଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି |
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟି ବିମାନକୁ ବମ ଥ୍ରେଟ୍ ଭରା କଲ୍ ଆସିସାରିଲାଣି। ଯାହାକୁ ନେଇ ଚିନ୍ତା ବଢିଛି। ଗଲା ସପ୍ତାହେ ଭିତରେ ଏ ପର୍ଯ୍ୟନ୍ତ 20ରୁ ଅଧିକ ବିମାନକୁ ଏହି ଧମକପୂର୍ଣ୍ଣ କଲ୍ ଆସିବା ପରେ ଏହାକୁ ନେଇ ତଦନ୍ତ ଜୋରଦାର କରିଛନ୍ତି ଭାରତ ସରକାର। ବିଭିନ୍ନ ତଦନ୍ତକାରୀ ସଂସ୍ଥା ସମେତ ସାଇବର୍ କ୍ରାଇମ କୋର୍ଡିନେସନ ସେଣ୍ଟର ସହାୟତାରେ ତଦନ୍ତ ଆଗକୁ ବଢୁଛି। ତେବେ ଏହି ମାମଲାରେ ମୁମ୍ବାଇରୁ ଜେଣେ ନାବାଳକକୁ ହେପାଜତକୁ ନେଇଛି ପୋଲିସ। ବକେୟା ଟଙ୍କାକୁ ନେଇ ନାବାଳକ ଓ ତା’ର ଜଣେ ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ଏହି ଧମକ ଦିଆଯାଇଥିବା ପୁଲିସ କହିଛି।
ନାବାଳକ ‘ଏକ୍ସ’ରେ ତା’ର ସାଙ୍ଗ ନାମରେ ଏକ ଆକାଉଣ୍ଟ ଖୋଲି ସେଥିରୁ ୪ଟି ବିମାନରେ ବୋମାଥିବା ନେଇ ମିଛ ଧମକ ଦେଇଥିଲା। ସେ ସାଙ୍ଗକୁ ଫସାଇବା ପାଇଁ ଏଭଳି ଯୋଜନା କରିଥିବା ଜେରାବେଳେ ସ୍ବୀକାର କରିଛି। ଛତିଶଗଡର ରାଜନନ୍ଦଗାଓଁର ପାଠ ଛାଡ଼ିଥିବା ଏହି ୧୭ ବର୍ଷୀୟ ବାଳକ ଏବଂ ତାଙ୍କ ବାପାଙ୍କୁ ମଙ୍ଗଳବାର ମୁମ୍ବାଇ ପୁଲିସ ସମନ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳକକୁ ରିମାଣ୍ଡ ହୋମ୍କୁ ନିଆଯାଇଥିବା ବେଳେ ତାଙ୍କ ବାପାଙ୍କୁ ପଚରାଉଚରା ଜାରି ରହିଛି।
ନାବାଳକ ଜଣକ ଯେଉଁ ୪ଟି ବିମାନକୁ ଧମକ ଦେଇଥିଲା, ସେଥିମଧ୍ୟରୁ ୩ଟି ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିଲେ। ଅନ୍ୟପଟେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଏହି ଧମକ ତିନୋଟି ଭିନ୍ନ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଥିଲା। ଏହି ତିନୋଟି ହ୍ୟାଣ୍ଡେଲ ମଧ୍ୟରୁ, ସେମାନେ ଦୁଇଟି IP ଠିକଣା ଖୋଜିଛନ୍ତି । ଏଗୁଡ଼ିକ ହେଉଛି ଦୁଇଟି ସାଧାରଣ ଆଇପି, ଗୋଟିଏ ଲଣ୍ଡନରୁ ଏବଂ ଅନ୍ୟଟି ଜର୍ମାନୀରୁ। ଭିପିଏନ ବା ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ ବ୍ୟବହାର କରି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଉଥିବା ଜାଣିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନିକ କାର୍ଯ୍ୟ ଓ ନେତୃତ୍ବ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି। ମିନାକ୍ଷୀ ନଟରାଜନଙ୍କ ସହ ସମନ୍ବୟ ରକ୍ଷା କରି ତୁରନ୍ତ ଓଡି଼ଶା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏ ସମ୍ପର୍କରେ ଚରଣ ଦାସ ମହାନ୍ତଙ୍କୁ ପତ୍ର ଜରିଆରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ ଜୁଲାଇ 21 ତାରିଖଠାରୁ ଓଡି଼ଶା ପ୍ରଦେଶ କଂଗ୍ରେସକୁ ଭାଙ୍ଗି ଦିଆଯାଇଛି । ଏହା ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍ଡ ଡିଆଇଜି ଏସ୍ଆର୍ ଦାଶ ଓ ତାଙ୍କ ପତ୍ନୀଙ୍କୁ କଳିଙ୍ଗ ଷ୍ଟାଡିୟମ ନିକଟ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିବା ସହ ପତ୍ନୀଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରିବାକୁ ଯାଇ ଡିଆଇଜି ଓ ଦୁଇ ରୋଡ୍ ରୋମିଓ ହାତାହାତି ହୋଇଥିଲେ।
ଦୁର୍ବୃତ୍ତଙ୍କୁ ପୋଲିସ କାବୁ କରିଛି। କଳିଙ୍ଗ ଷ୍ଟାଡିୟମ ନିକଟରେ ୟୁ-ଟର୍ଣ୍ଣ ନେବା ସମୟରେ ସାଇଡ୍ ମରାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିଲା। ବାଇକ୍ରେ ଯାଉଥିବା ଦୁଇ ରୋଡ୍ ରୋମିଓ କାର୍ରେ ବସିଥିବା ଡିଆଇଜିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଡିଆଇଜି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର