ଜୋତା ଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଜଗନ୍ନାଥ ଟେମ୍ପଲ ପୁଲିସ କର୍ମଚାରୀ ଓ ଜଣେ ମାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ ୨ ତାରିଖରୁ ରେଳ ଷ୍ଟେଶନରେ ଆଣ୍ଟିଜେନ, ଆରଟିପିସଆର ଟେଷ୍ଟ କରାଯାଉଛି। ଏଯାଏ ରେଳ ଷ୍ଟେଶନରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରତରୁ ପୁରୀ ଆସିଥିବା ଏକ ଟ୍ରେନରେ ପଶ୍ଚିମବଙ୍ଗର ଏକ ପରିବାର ଜଗନ୍ନାଥ ଦର୍ଶନ ନିମନ୍ତେ ଆସିଥିଲେ। ପୁରୀ ଷ୍ଟେଶନରେ ପହଞ୍ଚିବା ପରେ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା।
ଶ୍ରୀମନ୍ଦିରରେ ପଶିଲା କରୋନା, 7 ସେବାୟତଙ୍କ ସହ 23 ପଜିଟିଭ
ପୁରୀ: ପୁରୀ ଜିଲ୍ଲାରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଏହି ଜିଲ୍ଲାରୁ ଆଜି ୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଛି । ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Download Argus News App
