ଆଜି ସକାଳ 6 ଟାରୁ ଆସନ୍ତା କାଲି ସକାଳ 6 ଟା ପର୍ଯ୍ୟନ୍ତ ମୋହନାରେ ବନ୍ଦର ପ୍ରଭାବ ରହିବ । ଦୋକାନ ବଜାର ସମେତ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ବ୍ରହ୍ମପୁରଠାରୁ ରାୟଗଡାକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗଜପତି: 24 ଘଣ୍ଟିଆ ମୋହନା ବନ୍ଦ । ଗଜପତି ଜିଲ୍ଲାର ବୃହତ୍ତମ ବ୍ଳକ ମୋହନାକୁ ଏନଏସି ମାନ୍ୟତା ଦାବିରେ ଆଜି 24 ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ମୋହନା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆ ଯାଇଛି l
ଆଜି ସକାଳ 6 ଟାରୁ ଆସନ୍ତା କାଲି ସକାଳ 6 ଟା ପର୍ଯ୍ୟନ୍ତ ମୋହନାରେ ବନ୍ଦର ପ୍ରଭାବ ରହିବ । ଦୋକାନ ବଜାର ସମେତ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ବ୍ରହ୍ମପୁରଠାରୁ ରାୟଗଡାକୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ୮୮ ବର୍ଷରେ ପାଦ ଥାପିଲା ଓଡ଼ିଆ ସିନେମା । ସୀତାବିବାହରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ଯାତ୍ରା । ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ନୂଆ ଚଳଚ୍ଚିତ୍ର 'ସୀତା ବିବାହ' ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା । ୧୯୩୬ ମସିହାରେ ରିଲିଜ ହୋଇଥିବା ଏହି ପ୍ରଥମ ଓଡ଼ିଆ ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ବାମୀ ।
ମୋହନ ସୁନ୍ଦର ଦେବ ଗୋସ୍ବାମୀ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ୧୯୩୬ ମସିହା ଆଜିର ଦିନରେ ମୁକ୍ତିଲାଭ କରିଥିଲା । ଏହା ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା ପରେ ଏହା କଟକର ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଟି ପ୍ରଭୁ ରାମ ଓ ମାତା ସୀତାଙ୍କ ବିବାହ ବିଷୟକୁ ନେଇ ନିର୍ମାଣ ହୋଇଥିଲା। ଚଳଚ୍ଚିତ୍ରରେ ରାମ ଭୂମିକାରେ ମାଖନଲାଲ୍ ବାନାର୍ଜୀ ଅଭିନୟ କରିଥିଲେ ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ପ୍ରଭାବତୀ ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ଆଦିତ୍ୟ ବଲ୍ଲଭ ମହାନ୍ତି ଅଭିନୟ କରିଥିଲେ । ଓଡିଆରେ ପ୍ରଥମ ଚଳଚ୍ଚିତ୍ର ହୋଇଥିବାରୁ ପ୍ରଯୋଜକ ଉଦ୍ଧାର କରି ଅଭିନେତାମାନଙ୍କୁ ଟଙ୍କା ଦେଇଥିଲେ । ଚଳଚ୍ଚିତ୍ରଟିକୁ ତିଆରି କରିବା ପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଚଳଚ୍ଚିତ୍ର ରେ ରାମ ଭୂମିକା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଭୂମିକା ୩୫ ଟଙ୍କା ପାଇଥିବା ବେଳେ ସୀତା ଭୂମିକାରେ ଅଭିନୟ କରିଥିବା ପ୍ରଭାବତୀ ୧୫୦ ଟଙ୍କା ପାଇଥିଲେ ।
ଅର୍ଗସ ବ୍ୟୁରୋ: ଆଜିକାଲି ସୁସ୍ଥ ରହିବା ପାଇଁ ସମସ୍ତେ ଚାହାନ୍ତି। ସେଥିପାଇଁ ସବୁଜିନିଷକୁ ଆପଣାଇଥାନ୍ତି। ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ସହ ବ୍ୟାୟାମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହା ଦେଖାଯାଏ ଯେ ଲୋକମାନେ ଶରୀରରେ ଭିଟାମିନ୍ ଅଭାବକୁ ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ଆପଣଙ୍କ ଶରୀରରେ ସମସ୍ତ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ସଠିକ୍ ପରିମାଣରେ ରହିବା ଦ୍ୱାରା ଆପଣଙ୍କ ସୁସ୍ଥ ରୁହେ ।
ଶରୀରରେ ଭିଟାମିନ୍ ଡି ର ଅଭାବ ନହେବା ପାଇଁ ବିଶେଷ ଯତ୍ନ ନିଅନ୍ତୁ । ଭିଟାମିନ୍ ଡି ର ଅଭାବ ମଧ୍ୟ କ୍ୟାନ୍ସର ଭଳି ଗମ୍ଭୀର ରୋଗର କାରଣ ହୋଇପାରେ । ତେଣୁ, ସେହି ଜିନିଷ ଖାଆନ୍ତୁ ଯାହା ଭିଟାମିନ୍ ଡି ଯୋଗାଏ । ଟୋଫୁ, ପନିର, ଛତୁ, ମାଛ, ଅଣ୍ଡା, କ୍ଷୀର ଇତ୍ୟାଦି । ଯଦି ଆପଣଙ୍କ ଶରୀରରେ ଅତ୍ୟଧିକ ଭିଟାମିନ୍ D ର ଅଭାବ ଥାଏ, ତେବେ ଏହି ସବୁ ଖାଦ୍ୟ ଖାଇବା ସହିତ ଆପଣ ଡାକ୍ତରଙ୍କ ପରାମର୍ଶରେ ସପ୍ଲିମେଣ୍ଟ ମଧ୍ୟ ନେଇପାରିବେ । ଆପଣ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ କିଛି ସମୟ ସୂର୍ଯ୍ୟକିରଣରେ ବସିବା ଉଚିତ୍ । ଏସବୁ ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: