ରୁପଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ଜଣାପଡିଛି। ସେହି ସମୟର ସେଠାରେ ଥିବା ବ୍ୟକ୍ତିଙ୍କ କହିବା ମୁତାବକ ଜଣଙ୍କୁ ବୁଡିଯାଇଥିବା ଦେଖି 4 ଜଣ ପାଣିକୁ ଲମ୍ଫ ମାରିଥିଲେ। ବାଦଲର ସାଙ୍ଗ ଜଣକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ବେଳେ 3 ଜଣ ଭାସିଯାଇଥିଲେ। ତେବେ ପୁରା ଘଟଣାକୁ ନେଇ ନିଖୋଜ ଥିବା ନିଲୁ ସାହୁଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି । ଜଗତପୁର ପୋଲିସ ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସର ପ୍ରାଥମିକ ତଦନ୍ତ ମୁତାବକ କିଛି ଯୁବକ ଗତକାଲି ରାତିରେ ବାଦୁଡି ତୋଟାର ନିଛାଟିଆ ସ୍ଥାନରେ ଏକତ୍ରିତ ହୋଇଥିଲେ।
ସମସ୍ତେ ରୂପଯାତ୍ରା ଦେଖିବା ପାଇଁ ଏକାଠି ହୋଇଥିଲେ। ତେବେ କେଉଁ ପରିସ୍ଥିତିରେ ଏ ଅଘଟଣ ଘଟିଲା ତାହା ତଦନ୍ତ ସାପେକ୍ଷ। ସ୍ଥାନୀୟ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଘଟଣାସ୍ଥଳରେ ରହି ସବ ଗୁଡ଼ିକୁ ବ୍ୟବଛେଦ ପାଇଁ ତୁରନ୍ତ ଏସ.ସି.ବି ପଠାଇଥିବା ବେଳେ ପରିବାରଜନଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ବିଧାୟକ କହିଛନ୍ତି ।ତେବେ ଟିକେ ଅସାବଧାନତା ଯୋଗୁ ଚାଲିଗଲା ୨ ଅମୂଲ୍ୟ ଜୀବନ। ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।