ସୀମାନ୍ତ ତିରିଂରେ ଆସି ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ବାଲି ସହିତ ଲଘୁ ଖଣିଜ ପଦାର୍ଥକୁ ଲୁଟ କରୁଛନ୍ତି। ସ୍ଥାନୀୟ କୁଜି ରାଜନେତା, ଗ୍ରାମବାସୀଙ୍କୁ କିଛି କିଛି ପ୍ରଲୋଭନ ଦେଖାଇ ଦିନରାତି ବାଲି ଚୋରା ଚାଲାଣ କରୁଛନ୍ତି। ବାଲି ଚୋରା ଚାଲାଣ ଦ୍ଵାରା ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ତିରିଂ ଥାନାଧିକାରୀ ପ୍ରଶାନ୍ତ କୁମାର ଜେନା ଓ ତାଙ୍କ ଟିମ୍ ନୂଆଗାଁ ଛକରେ ଝାଡଖଣ୍ଡ ଅଞ୍ଚଳର ୩ ଟି ବେଆଇନ ବାଲି ବୋଝେଇ ହାଇଓ୍ବାକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଝାଡଖଣ୍ଡ ରାଜ୍ୟର ୩ ଡ୍ରାଇଭର ଚୈତନ୍ୟ ସୋରେନ, ଏବଂ ପଟକା ଥାନା ଅଞ୍ଚଳର ଜୟଦେବ କୁମାର ଦେ ଓ ରାଜାରାମ ଗୋପଙ୍କୁ କୋର୍ଟ ଚାଲାଣ କରିଛନ୍ତି । ହାଇଓ୍ବା ଧରାପଡ଼ିବା ଜାଣି ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର