ଆହତ ମାନଙ୍କୁ ପାଇକମାଳ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ବିଜେଡି ଭୋଜି ଖାଇବାକୁ ଡାକି ଜାତିଆଣ ଆକ୍ଷେପ କରି ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ବିଜେଡିର ୬ ଜଣ ସମର୍ଥକ। ବିଜେଡି କର୍ମିଙ୍କର ଏହି ଆକ୍ରମଣରେ କାହାର ମୁଣ୍ଡ ଫାଟିଯାଇଛି ତ କାହା ହାତ ଗୋଡରେ ଗଭୀର ଆଘାତ ଲାଗିଛି।
ବିଜେଡି କର୍ମୀଙ୍କ ଟାଙ୍ଗିଆ ଚୋଟରେ ୩ ଗୁରୁତର

ବରଗଡ: ବୁଲିଲା ବିଜେଡିର ଟାଙ୍ଗିଆ। ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି ତିନି ଜଣ। ପାଇକମାଳରେ ବିଜେଡି କର୍ମୀ ଙ୍କ ଟାଙ୍ଗିଆ ଚୋଟରେ ୩ଜଣ ଗୁରୁତର ହୋଇଥିବା ସୂଚନା। ପାଇକମାଲ୍ ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀପଡା ର ଅନିରୁଧ ବାଗ୍, ବିନୋଦ ବାଗ୍, ଶୁନୀଲ ବାଗ୍ ମାଡରେ ଗୁରୁତର ଆହତ ହୋଇଛନ୍ତି।
Download Argus News App
