ଅପରପକ୍ଷରେ ଚାଷୀଙ୍କ ସମସ୍ତ ଧାନ ଉଠେଇବା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି । ଗୃହ ଠିକରେ ଚାଲିବ କି ନାହଁ ସେ ନେଇ ଆଶଙ୍କା ଦେଖାଦେଇଛି । ଅନ୍ୟ ପକ୍ଷରେ ଜଙ୍ଗଲ ନିଆଁକୁ ନେଇ ଗୃହରେ ବିଜେପିର ମୁଲତବି ନୋଟିସ । ବିଜେପିର ମୁଲତବି ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି । ଯାହାର ଉତ୍ତର ରଖିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେପଟେ ଆଜି ପ୍ରଶ୍ନ କାଳରେ ଅତି ଗୁରୁତ୍ଵପୂର୍ଣ୍ଣ ଗୃହ, ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ଅବକାରୀ, ସାଧାରଣ ପ୍ରଶାସନ ବିଭାଗର ଆଲୋଚନା ରହିଛି । ଏହା ସହିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯଦି ବିଧାନସଭା ସ୍ୱାଭାବିକ ରହେ ତା ହେଲେ ଏସବୁ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଆଜି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ତୃତୀୟ ଦିନ
ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ତୃତୀୟ ଦିନ । ଆଜି ବି ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି । ସେପଟେ ବିଧାୟକ କ୍ଷମା ମାଗିନ୍ତୁ ନେଇ ବାଚସ୍ପତିଙ୍କ ମନ୍ତବ୍ୟକୁ ବିରୋଧ କରିଛି ବିଜେପି ।
Download Argus News App
