ଗତକାଲି ରାତିରେ ୧୦ ଜଣ ବିଜେଡି କର୍ମୀ ୪ ଜଣ ବିଜେପି କର୍ମୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଲୁହା ରଡ୍ ରେ ଆକ୍ରମଣ କରିବାରୁ ୪ ଜଣ ଗୁରୁତର ହୋଇପଡ଼ିଥିଲେ । ପରେ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲା । ତେବେ ରାଜନୈତିକ କାରଣରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ