ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଟ୍ରାକ୍ଟରକୁ ପିଟିଲା କାର, 4 ଜଣ ମୃତ l ନୂଆପଡା ଜିଲ୍ଲା ଖଡ଼ିଆଳ- ଭବାନୀପାଟଣା ରାଜ୍ୟ ରାଜପଥ ରାସ୍ତା ଲଛିପୁର ଛକ ଠାରେ ଟ୍ରାକ୍ଟରକୁ ପିଟିଲା କାର। ବିଳମ୍ବିତ ରାତିରେ ଘଟଣା ହୋଇଥିବା ସୂଚନା l କାର ରେ ଥିବା ଚାରିଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର ଥିବା ସୂଚନା । ଖଡ଼ିଆଳ ପୁଲିସ ଶବ ଜବତ କରି ତଦନ୍ତ କରୁଛି। ମୃତକ ମାନେ ହେଲେ ଖଡ଼ିଆଳ ର ରୁଷି ସାହୁ, ଶୁଭମ ମହାଉତି,ଦେବେନ୍ଦ୍ର ସିଂ ଲାଲ ଏବଂ ଗୋଇମୁଣ୍ଡି ଗାଁର ଦେବରାଜ ପଟେଲ l
ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ର ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହିଁଙ୍କ ବିବାହ ଜୁଲାଇ ୧୨ତାରିଖରେ ହେବାକୁ ଥିବାରୁ ଅମ୍ବାନୀ ପରିବାର ଏହି ବିବାହ ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି। ସାନ ପୁଅ ଅନନ୍ତର ବିବାହ ବେଶ ଧୁମଧାମରେ କରାଯିବ ବୋଲି ମୁକେଶ ପୂର୍ବରୁ କହିଥିଲେ। ସବୁଠାରୁ ଧନୀ ବିବାହ କହିଲେ ଭୁଲ ହେବନାହିଁ କିନ୍ତୁ ମୁକେଶ ଏବଂ ନୀତାଙ୍କ ସ୍ବଭାବ ଭାରି ସାଧାରଣ। ଗରିବ ଲୋକଙ୍କୁ ମଧ୍ୟ ବେଶ ସମ୍ମାନ ଏବଂ ଆଦର କରନ୍ତି। ଆଜି ଏଭଳି କଥା କହିବାର ଏକ କାରଣ ରହିଛି ଚାଲନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ବିଷୟରେ କିଛି କଥା
ଅମ୍ବାନୀ ପରିବାରରେ ଉତ୍ସାହର ମାହୋଲ ଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମାଲିକାଣୀ ନୀତା ଅମ୍ବାନୀ ଗତ ସୋମବାର ବାରାଣାସୀରେ ପହଞ୍ଚିଥିଲେ। ଏଠାରେ ସେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ଭାବି ବୋହୂ ରାଧିକାଙ୍କ ବିବାହ ପାଇଁ ବାବା ବିଶ୍ୱନାଥଙ୍କ ଚରଣରେ ନିମନ୍ତ୍ରଣ ଦେଇ ଯାଇଛନ୍ତି।
କାଶୀ ବିଶ୍ୱନାଥରେ ବାବାଙ୍କ ଦର୍ଶନ ପରେ ନୀତା ଅମ୍ବାନୀ କାଶୀସ୍ଥିତ ଏକ ଛୋଟ ରେଷ୍ଟୁରାଣ୍ଟରେ ପହଞ୍ଚି କାଶୀ ଚାଟ୍ ଖାଇଥିଲେ। ନୀତାଙ୍କୁ ଏହି ଚାଟ ଏତେ ପସନ୍ଦ ଆସିଥିଲା କି ସେ ଏହାର ପ୍ରସ୍ତୁତି ପ୍ରାଣାଳୀ ପଚାରି ବୁଝିଥିଲେ। କାରିଗର ବି ନୀତାଙ୍କୁ ଗୋଟିଗୋଟି କରି ଚାଟର ପ୍ରସ୍ତୁତି ପ୍ରଣାଳୀ ଜଣାଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆ ୟୁଜର୍ସମାନେ ନୀତାଙ୍କ ଏହି ସାଧାରଣ ସ୍ବଭାବକୁ ଭୁରିଭୁରି ପସନ୍ଦ କରିଛନ୍ତି।
ତେବେ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଜୁଲାଇ ୧୨ ତାରିଖରେ ହେବାକୁ ଯାଉଥିବା ବେଳେ ସେମାନଙ୍କର ବିବାହ କାର୍ଯ୍ୟକ୍ରମ ତିନି ଦିନ ଧରି ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜନ କରାଯିବାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରି ସାରିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ସଂଙ୍ଗୀତ ସମସ୍ତଙ୍କର ପସନ୍ଦ । ମନ ଭଲ ନଲାଗିଲେ ସମସ୍ତେ ସଂଙ୍ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି। ହେଲେ କିଏ କିଏ ଉଚ୍ଚ ସ୍ବରରେ ସଂଙ୍ଗୀତ ଶୁଣିଥାନ୍ତି, ତ କିଏ କିଏ କମ ସ୍ବରରେ । କିନ୍ତୁ ଆପଣ ଜାଣିଛନ୍ତି କି , ଉଚ୍ଚ ସ୍ବରରେ ସଙ୍ଗୀତ ଶୁଣିବା ଦ୍ବାରା ଶ୍ରବଣ ଶକ୍ତି ଖରାପ ହୋଇଥାଏ । ଅନେକ ସମୟରେ ଶ୍ରବଣଶକ୍ତି ହରାଇବାକୁ ମଧ୍ୟ ପଡିଥାଏ । ଏହା ଏକ ବିରଳ ରୋଗ ବୋଲି ଡାକ୍ତର ସତର୍କ କରାଇଛନ୍ତି । ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଳକା ୟାଗ୍ନିକ ମଧ୍ୟ ଏହି ରୋଗର ଶିକାର ହୋଇଛନ୍ତି । ଗତ କିଛିଦିନ ତଳେ ସେ ଇନଷ୍ଟାଗ୍ରାମରେ ନିଜ ସ୍ବାସ୍ଥ୍ୟ ସମସ୍ୟା ଉପରେ ଜଣାଇଥିଲେ । ପରେ ଧିରେଧିରେ ତାଙ୍କର ସମ୍ପୁର୍ଣ୍ଣ ଶୁଣିବା ବନ୍ଦ ହୋଇ ଯାଇଥିଲା ।
ଅଧିକ ପଢନ୍ତୁ : ଶ୍ରବଣ ଶକ୍ତି କମିବାର ଏହାର ମୁଖ୍ୟ କାରଣ ଜନ୍ମଗତ ହୋଇପାରେ
ତେବେ ଏହି ପରୀକ୍ଷା ନିରୀକ୍ଷା ପରେ ତାହା ଏକ ବିରଳ ଭୂତାଣୁ ଜନିତ ସ୍ନାୟବିକ ଶ୍ରବଣହୀନତା ବୋଲି ଜଣାପଡିଥଇଲା । ଏବେ ଚିକିତ୍ସା ପରେ ଧିରେଧିରେ ତାଙ୍କ ଶ୍ରବଣଶକ୍ତି ସେ ଫେରି ପାଉଛନ୍ତି । ଏହାପରେ ସେ ସଙ୍ଗୀତପ୍ରେମୀ ମାନଙ୍କୁ ଉଚ୍ଚସ୍ବରରେ ଗୀତ ନଶୁଣିବା ପାଇଁ ଆହ୍ବାନ ଦେଇଛନ୍ତି ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ , ଆମ କର୍ଣ୍ଣ ଗହ୍ବରରେ ବିଭିନ୍ନ କୋଷ ଓ କ୍ଷୁଦ୍ର ଲୋମରାଶି ରହିଛି, ଯାହା ଆମକୁ ଶୁଣିବାରେ ସାହାଯ୍ୟ କରିଥାଏ । ଆମ କାନ ପାଇଁ ୭୦ ଡେସିବଲ୍ ତୀବ୍ରତାର ଶବ୍ଦ ନିରାପଦ । ଏହାଠାରୁ ଅଧିକ ହେଲେ କାନ ପାଇଁ ଖରାପ ବୋଲି କହିଛନ୍ତି ବିଶେଷଜ୍ଞ ।
ଭୁବନେଶ୍ୱର: ବର୍ଷାରେ ଭିଜିଲା ଭୁବନେଶ୍ୱର। ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ। ବର୍ଷାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ସକ୍ରିୟ ଥିବା ବେଳେ ରାଜ୍ୟରେ ମୌସୁମୀ ବି ସକ୍ରିୟ ରହିଛି। ପ୍ରଭାବରେ ସାରା ରାଜ୍ୟରେ ୪ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
ମାଲକାନଗିରି ,କୋରାପୁଟ ,ରାୟଗଡା ଗଜପତି, ଗଂଜାମ,କଳାହାଣ୍ଡି କନ୍ଧମାଳ, ନୂଆପଡା ଓ ବରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ମାଲକାନଗିରି ଓ କୋରାପୁଟ ରେ ଅତିପ୍ରବଳ ସହ ଗଜପତି ରାୟଗଡା ନବରଙ୍ଗପୁର କଳାହାଣ୍ଡି ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେପଟେ ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଏବେବି ରାଜ୍ୟରେ ନିଅଁଟିଆ ବର୍ଷା ରହିଛି ।
ଜୁନ ୧ ରୁ ଏଯାବତ ୯୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି।ଯାହା ସ୍ୱାଭାବିକ ବର୍ଷାର ଠାରୁ ୪୨ ପ୍ରତିଶତ କମ ରହିଛି।ରାଜ୍ୟର ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର ବାଲେଶ୍ୱର ପୁରୀ ଓ ବଲାଙ୍ଗୀରିରେ ଅଧିକ ନିଅଁଟିଆ ବର୍ଷା ଅଧିକ ରେକର୍ଡ ହୋଇଛି। ସେପଟେ ଗତ ୨୪ ଘଂଟାରେ ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହୋଇଥିବା ବେଳେ ୩ଟି ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କଟକରେ ସର୍ବାଧିକ ୭୪.8 ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଭବାନୀପାଟଣା ଓ ନୂଆପଡ଼ାରେ ସର୍ବାଧିକ ୩୮ .୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର