ମାଲକାନଗିରି ,କୋରାପୁଟ ,ରାୟଗଡା ଗଜପତି, ଗଂଜାମ,କଳାହାଣ୍ଡି କନ୍ଧମାଳ, ନୂଆପଡା ଓ ବରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ମାଲକାନଗିରି ଓ କୋରାପୁଟ ରେ ଅତିପ୍ରବଳ ସହ ଗଜପତି ରାୟଗଡା ନବରଙ୍ଗପୁର କଳାହାଣ୍ଡି ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେପଟେ ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଏବେବି ରାଜ୍ୟରେ ନିଅଁଟିଆ ବର୍ଷା ରହିଛି ।
ଜୁନ ୧ ରୁ ଏଯାବତ ୯୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି।ଯାହା ସ୍ୱାଭାବିକ ବର୍ଷାର ଠାରୁ ୪୨ ପ୍ରତିଶତ କମ ରହିଛି।ରାଜ୍ୟର ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର ବାଲେଶ୍ୱର ପୁରୀ ଓ ବଲାଙ୍ଗୀରିରେ ଅଧିକ ନିଅଁଟିଆ ବର୍ଷା ଅଧିକ ରେକର୍ଡ ହୋଇଛି। ସେପଟେ ଗତ ୨୪ ଘଂଟାରେ ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହୋଇଥିବା ବେଳେ ୩ଟି ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କଟକରେ ସର୍ବାଧିକ ୭୪.8 ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଭବାନୀପାଟଣା ଓ ନୂଆପଡ଼ାରେ ସର୍ବାଧିକ ୩୮ .୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର