ତେବେ ଶିଖରଚଣ୍ଡୀ ପାହାଡରେ ଏଭଳି ଭାବରେ ହାତୀମାନେ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଅନ୍ୟପଟେ ହାତୀଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶିଖରଚଣ୍ଡୀ ପାହାଡରେ ବୁଲୁଛନ୍ତି ୪ ହାତୀ। ଶିଖରଚଣ୍ଡୀ ପାହାଡ଼ ଉପର ଜଙ୍ଗଲରେ ୪ ହାତୀ ବୁଲୁଥିବାର ଦେଖିବାକୁ ମିଳିଛି। କାଲି ରାତିରୁ ପଶି ଆସିଛନ୍ତି ହାତୀପଲ। ନଜର ରଖିଛନ୍ତି ବନ କର୍ମଚାରୀମାନେ। ଭରତପୁର ଜଙ୍ଗଲରୁ ହାତୀ ପଳାଇଆସିଥିବା ଅନୁମାନ କରାଯାଉଛି।
ତେବେ ଶିଖରଚଣ୍ଡୀ ପାହାଡରେ ଏଭଳି ଭାବରେ ହାତୀମାନେ ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଅନ୍ୟପଟେ ହାତୀଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା 288 । AIIMS ଅଣାଯାଇଥିଲା 123 ମୃତଦେହ । ଗତକାଲି 39 ମୃତଦେହ ଅଣାଯାଇଛି । ଅନ୍ୟ କୌଣସି ହସ୍ପିଟାଲରେ ଏବେ ଆଉ ମୃତଦେହ ନାହିଁ । ସବୁ ମୃତଦେହ ବର୍ତ୍ତମାନ ଏମସରେ ଅଛି । ସରକାରଙ୍କ ତରଫରୁ 5ଟି କଣ୍ଟେନର ଅଣାଯାଇଛି । 4ଟି କଣ୍ଟେନରରେ ମୃତଦେହ ରହିଥିବା ବେଳେ ଗୋଟିଏ କଣ୍ଟେନର ଖାଲି ଅଛି । ମୃତଦେହ ଗୁଡିକ ଡିପ୍ ଫ୍ରିଜିଂରେ ରହିଛି । ମୃତଦେହ ଆଉ ପଚିବାର ଆଶଙ୍କା ନାହିଁ ବୋଲି କହିଛନ୍ତି ମେୟର ।
74ଟି ମୃତଦେହ ତାଙ୍କ ସଂପର୍କୀୟ ଚିହ୍ନଟ କରି ନେଇଯିବା ପରେ ଏବେ ଆଉ 88ଟି ମୃତଦେହ ଅଛି । 88 ମୃତଦେହ କିପରି ତାଙ୍କ ସଂପର୍କୀୟ ପାଇବେ ସେଥିପାଇଁ ଚେଷ୍ଟା ଜାରି ରହିଛି । ଅନେକ ଜାଗାରେ ମୃତଦେହ ନଷ୍ଟ ହୋଇଛି । ଚିହ୍ନି ହେଉନି । ତେଣୁ ଡିଏନଏ ଟେଷ୍ଟ ହିଁ ଏକମାତ୍ର ବିକଳ୍ପ ।
ମୃତଦେହ ଚିହ୍ନଟ କରିବା ପାଇଁ କିଛି କିଛି କ୍ଷେତ୍ରରେ ଗୋଟିଏ ମୃତଦେହ ପାଇଁ ବହୁତ ଜଣ ଦାବିଦାର ଆସୁଛନ୍ତି । ଅନ୍ୟ କିଛି କ୍ଷେତ୍ରରେ ଜଣେ ହେଲେ ବି ଆସୁ ନାହାନ୍ତି । ସେଥିପାଇଁ ଏବେ DNA ଟେଷ୍ଟ କରାଯାଉଛି। ପରବର୍ତ୍ତୀ ସମୟରେ ଯେମିତି କିଛି ଅସୁବିଧା ନ ହେବ ସେଥିପାଇଁ DNA ସାମ୍ପୁଲ ମଧ୍ୟ ରଖାଯାଇଛି। ସମ୍ପୂର୍ଣ ପରିଚୟ ଦେଖି ଭେରିଫିକେସନ କରି ଶବ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ କେମିତି ମୃତ୍ୟ ଦେହ ଫେରାଯାଇପାରିବ ସେ ଉପରେ ଗୁରୁତ୍ତ୍ୱ ଦିଆଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ବର୍ତ୍ତମାନ AIIMS ରୁ 33 ଟି DNA ସାମ୍ପଲ ଯାଇଛି । ଦୁଇ ଦିନ ଭିତରେ ଏହାର ରିପୋର୍ଟ ଆସିବ । ଏହାପରେ ମୃତଦେହ ହସ୍ତାନ୍ତର କରାଯିବ।
ଅନ୍ୟପଟେ ଗତକାଲି ଭବୁନେଶ୍ବର ଏମ୍ସରେ ଲାଗିଥିଲା ରେଳ ଦୁର୍ଘଟଣାରେ ମୃତକଙ୍କ ପରଜନଙ୍କ ଗହଳି । ଏମ୍ସରେ ଲାଗଯାଇଥିବା ସ୍କ୍ରିନ୍ ରେ ମୃତଦେହ ଗୁଡ଼ିକର ଫୋଟୋ ଓ ଭିଡିଓ ଦେଖି ଚିହ୍ନଟ କରୁଥିଲେ ପରିବାର ଲୋକେ । ଏଥିସହ ମୃତଦେହର ଫୋଟୋ ଆଲବମ୍ ମଧ୍ୟ ରଖାଯାଇଥିଲା । ଯେଉଁ ମୃତଦେହକୁ ନେଇ ଦ୍ୱନ୍ଦ ରହୁଛି ସେ କ୍ଷତ୍ରରେ ପରିବାର ବର୍ଗଙ୍କ ଡିଏନଏ ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି ।
ସେପଟେ ରେଳବିଭାଗ ପକ୍ଷରୁ ମୃତଦେହ ଚିହ୍ନଟ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ୮୪୫୫୮୮୫୯୯୯ ଓ ୦୬୭୪ ୨୫୩୪୦୨୭ ନମ୍ବରରେ କଲ୍ କରି ଆହତ ଓ ମୃତକଙ୍କ ପରିବାର ଲୋକେ ସୂଚନା ପାଇପାରିବେ । ଓଡ଼ିଶା , ପଶ୍ଚିମବଙ୍ଗ , ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ବିହାର, ଝାଡ଼ଖଣ୍ଡ ଆଦି 8 ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ମୃତକଙ୍କ ଫଟୋ ଓ ମୃତଦେହ ପାଖରୁ ମିଳିଥିବା ସାମଗ୍ରୀର ଫଟୋ ପଠାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
ରେଳ ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇବାର ଦୁଖଃ ଭିତରେ ଶବ ଚିହ୍ନଟ ନେଇ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ପୁରା ଧ୍ୟାନ ରଖିଛନ୍ତି ଉଭୟ ଏମ୍ସ ଓ ରେଳବିଭାଗ।
ଆହୁରି ପଢନ୍ତୁ ଓଡିଶା ଖବର...
ଭଦ୍ରକ: ବାହାନଗା ଟ୍ରେନ ଟ୍ରାଜେଡିର ତନାଘନା କରୁଛି ସିବିଆଇ। ଗତକାଲି ଦିନ ୧୧ଟାରୁ ସିବିଆଇ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦୁର୍ଘଟଣାସ୍ଥଳରୁ ସିଗନାଲ ରୁମ ଯାଏ ସବୁ ଘଟଣାର ଖୋଳତାଡ କରିଥିଲା ଟିମ୍।
ଷ୍ଟେସନରେ ଥିବା ପ୍ୟାନେଲ ବୋର୍ଡ ଟ୍ୟାମ୍ପରିଂ ହୋଇଛି କି ନାହିଁ ସେ ଦିଗରେ ତଦନ୍ତ କରିଛି ଟିମ୍। ରାତିରେ ପୁଣି ସିବିଆଇର ଟେକ୍ନିକାଲ ଏକ୍ସପଟ ଟିମ ଆସି ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଥିବା ପ୍ୟାନେଲ ବୋର୍ଡ ଏବଂ ଅପ ଲାଇନରୁ ଲୁପ ଲାଇନର ଟ୍ରାକକୁ ଦେଖିଥିଲେ। ଆଜି ବି ସିବିଆଇ ଟିମ୍ ତନାଘନା କରିପାରେ ବୋଲି ସୂଚନା ମିଳିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାର୍ଦ୍ଧକ୍ୟ ଭତ୍ତା ନମିଳିବାରୁ ୧୮ କିଲୋମିଟର ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସିଲେ ଦୃଷ୍ଟିହୀନ ଯୁବକ । ସୂଚନା ଅନୁସାରେ ଏହି ଯୁବକ ହେଉଛନ୍ତି ଆଗଲପୁର ବ୍ଲକ ଫାସଡ଼ ପଞ୍ଚାୟତ ବାବୁପାଲି ଗାଁର ହାଡୁ ଖମରି ।
ଅଧିକ ପଢନ୍ତୁ : ନିଜ ହକ୍ ମାଗିବା ପାଇଁ ଚୌକି ସାହାଯ୍ୟରେ କୋଷ କୋଷ ଦୂର ଚାଲି ଚର୍ଚ୍ଚାକୁ ଆସିଥିଲେ
ଲଗାତାର ଭାବରେ ଚାରିମାସର ଭତ୍ତା ଟଙ୍କା ନପାଇବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଭତ୍ତା ପାଇବା ଆଶାରେ ଆଜି ତାଙ୍କ ଗାଁର ଆଗଲପୁରରେ ୧୮ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆସି ବିଡ଼ିଓ ଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ ।